![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ବଲାଙ୍ଗିର, ଆଜି ସକାଳ ସାଢେ ୯ଟାରେ ବଲାଙ୍ଗିର ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ୯୨ ବର୍ଷୀୟ ପୁରାତନ ଶିକ୍ଷକ ତଥା ବରିଷ୍ଠ ଗୁରୁଭାଇ ପ୍ରାଣବନ୍ଧୁ ନାଏକଙ୍କ ସ୍ଵାମୀଜୀ ଏବଂ ଆଶ୍ରମ ସହିତ ହୋଇଥିବା ପତ୍ରାଳାପ ସଂକଳନକୁ ଆଶ୍ରମର ବରିଷ୍ଠ ସଦସ୍ଯ ପ୍ରଫେସର ମଧୁସୂଦନ ପତିଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଶ୍ରୀ ନାଏକଙ୍କ ଝିଅ ଗୀତାଞ୍ଜଳି ଓ ଜ୍ଵାଇଁ ଡ. ଗୋବର୍ଦ୍ଧନ ନାୟକ ସଂକଳନକୁ ପ୍ରକାଶିତ କରିଛନ୍ତି।
ସଭାପତି ରବିଚନ୍ଦ୍ର ଉଦ୍ଗାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉତ୍ସବରେ ବରିଷ୍ଠ ସାହିତ୍ୟିକ ରାସେଶ୍ଵରୀ ମିଶ୍ରଙ୍କ ଉପସ୍ଥିତିରେ ସଂଘର ଅନ୍ୟ ସଦସ୍ଯ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ।