![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ବଲାଙ୍ଗିର, ଆଜି ସକାଳୁ ବଲାଙ୍ଗିର ରେଳଷ୍ଟେସନ୍ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ରେଲୱେ ପୁଲିସ ଜବତ କରିଛି। ଟ୍ରେନରେ କଟି ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି। ତାଙ୍କ ନାମ ସାରିକା ସାଏ (୨୬)। ସେ ତାଲପାଲି ପଡାର ଲକ୍ଷ୍ମୀନାରାୟଣ ସାଏଙ୍କ ଝିଅ ବୋଲି ଜଣାପଡିଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। ଘଟଣାସ୍ଥଳରୁ କିଛି ଦୂରରେ ଗୋଟିଏ ଚାରିଚକିଆ କାର ଥିବା ବେଳେ ତାଙ୍କୁ କିଏ ଆଣିଥିଲା କି ସେ ନିଜେ ଆତ୍ମହତ୍ୟା ଉଦ୍ଦେଶ୍ଯରେ କାର ଚଳାଇ ଏଠାକୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ଭଳି ଜଣେ ଖୁସି ମିଜାଜର ଝିଅ କେଉଁ କାରଣରୁ ଆତ୍ମହତ୍ୟା ଭଳି ରାସ୍ତା ଆପଣାଇଲେ ତାହା ଜଣାପଡିନାହିଁ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରେଲୱେ ପୁଲିସ ଶବକୁ ଜବତ କରି ଡାକ୍ତରୀ ମାଇନା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି।