![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଚଳିତ ମାସ ୧୦ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ର ପ୍ରସ୍ତାବିତ ପୁରୀ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ସମସ୍ତ ବିଭାଗ ନିଜ ଦାୟିତ୍ୱ କୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କୌଣସି ଠାରେ ଯେପରି କିଛି ତୃଟି ନ ରୁହେ ସେଥି ପ୍ରତି ଯତ୍ନ ବାନ ହେବା ସହ ପାରସ୍ପରିକ ସହଯୋଗ ମଧ୍ୟରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ଏସ ପି ଡଃ କନୱର ବିଶାଲ ସିଂ ବିଗତ ଦିନର ରାଷ୍ଟ୍ରପତି ଙ୍କ ଗସ୍ତର ଅଭିଜ୍ଞତା ଆଧାର ରେ ଚଳିତ ଗସ୍ତ କୁ ଆହୁରି ଭଲ ଭାବରେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ। ବିସ୍ତୃତ ଆଲୋଚନା ପରେ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ଙ୍କୁ ସ୍ୱାଗତ, ରାଷ୍ଟ୍ରପତି ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ମାନଙ୍କ ରହଣି ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ସୁରକ୍ଷା,ବ୍ୟାରିକେଡ ଓ ଟ୍ରାଫିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ରାସ୍ତା ମରାମତି, ପାନୀୟ ଜଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ଓ ଟେଲିଫୋନ ଯୋଗାଯୋଗ ବ୍ୟବସ୍ଥା, ଶୌଚାଳୟ ଓ ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଶ୍ରୀଜୀଉ ଙ୍କ ଦର୍ଶନ ବ୍ୟବସ୍ଥା, ସିଂହଦ୍ଵାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ବ୍ୟବସ୍ଥା ଓ ପୁନଶ୍ଚ ଭୁବନେଶ୍ୱର ଫେରିବା ବ୍ୟବସ୍ଥା କୁ ସୁନିୟନ୍ତ୍ରିତ କରିବାକୁ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ ହୋଇ ଥିବାରୁ ତଥା ପ୍ରୋଟୋକଲ ଅନୁସାରେ ସମସ୍ତ ବ୍ୟବସ୍ଥା ଶୃଙ୍ଖଳା ର ସହ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ରାଜଭବନର ଲେଖା ନିୟନ୍ତ୍ରକ ଶ୍ରୀ ଗୌତମ ଚୌଧୁରୀ, ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ,
ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ସିଡିଏମଓ ଡା ସୁଜାତା ମିଶ୍ର,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।