ବଡଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମା ମନ୍ଦିର ସମ୍ମୁଖରେ ପବ୍ଲିକ ଫୋରମ ପକ୍ଷରୁ ୭ମ ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ଯା ଅନୁଷ୍ଠିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ଉପଜିଲ୍ଲାପାଳ ଭବତାରଣ ସାହୁ ଶ୍ରୀଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବରିଷ୍ଠ ସେବାୟତ ଜଗନ୍ନାଥ ପୂଜାପଣ୍ଡା ,ସମାଜସେବୀ ଚକ୍ରଧର ମହାପାତ୍ର, ନାଟ୍ୟକାର ଓ ଗୀତିକାର ବଦ୍ରି ମିଶ୍ର, ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର ଉପଦେଷ୍ଟା ତଥା ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ଭଗବାନ ମିଶ୍ର ଯୋଗ ଦେଇଥିଲେ। ପବ୍ଲିକ ଫୋରମର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୀମସେନ ପ୍ରଧାନ, ସାଧାରଣ ସମ୍ପାଦକ ବିଶ୍ୱନାଥ ମିଶ୍ର, ସଂଯୋଜକ ତଥା ସାମ୍ବାଦିକ ସତ୍ଯ ଦାଶ ,ସଂଗଠନ ସମ୍ପାଦକ ଜ୍ୟୋତିପ୍ରକାଶ ଜେନା ସମସ୍ତ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ପ୍ରବକ୍ତା ବିପିନ ବିହାରୀ ମିଶ୍ର ହରିକଥା ପ୍ରବଚନ ଶ୍ରୋତାମାନଙ୍କୁ ଶ୍ରବଣ କରାଇଥିଲେ । ପ୍ରାରମ୍ଭରୁ ଅନୁଷ୍ଠାନର ଉପଦେଷ୍ଟା ତଥା ସମୁଦ୍ର ପତ୍ରିକାର ସମ୍ପାଦକ ରାମଚନ୍ଦ୍ର ଦୋରା ରାଧେ ରାଧେ ଶ୍ରୀରାଧେ କହି ମଞ୍ଚରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।ଭୁବନେଶ୍ବର କ୍ରିତିକ୍ ଡ୍ଯାନ୍ସ ଗ୍ୟାଲେରୀ କଳାକାରମାନଙ୍କ ଦ୍ବାରା ପାରମ୍ପରିକ ଓଡିଶୀନୃତ୍ଯ ପରିବେଷଣ କରାଯାଇଥିଲା । ଶେଷରେ ଶ୍ରୀକ୍ଷେତ୍ର କଳାକାର ମଞ୍ଚ ପୁରୀ ପକ୍ଷରୁ ସଙ୍ଗୀତ ନିର୍ଦ୍ଦଶେକ ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପ୍ରଭାତି ତ୍ରିପାଠୀ, ଗୋବର୍ଦ୍ଧନ ଦାସ,ମାଷ୍ଟର ରାଜା,ପ୍ରତିମା ଦାଶ,ଦୀପା ସାହୁ,ଶୁଭ୍ରକାନ୍ତ, ପ୍ରକାଶ ରଥ,ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଶତାଧିକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ । ଯନ୍ତ୍ର ସଙ୍ଗୀତରେ ବିଷ୍ଣୁ ପ୍ରସାଦ ମହାପାତ୍ର, ବିକ୍ରମ ଦାସ, ପ୍ରକାଶ ରଥ ଓ ଚନ୍ଦନ ଦାସ ପ୍ରମୁଖ ସହଯୋଗ କରିଥିଲେ । ଭରତ ନାୟକ ଓ ଶ୍ୟାମପ୍ରକାଶ ସେନାପତି ମଞ୍ଚ ସଂଚାଳନ କରିଥିଲେ ।
Related Stories
November 25, 2024