କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆସନ୍ତା ୮ ନଭେମ୍ବର ୨୨ ରିଖ ଦିନ କାର୍ତ୍ତିକ ପୂର୍ଣ୍ଣମୀରେ ପଡୁଥିବା ଚନ୍ଦ୍ର ଗ୍ରହଣରେ ପୁନର୍ବାର ହେତୁବାଦୀମାନେ ସୂର୍ଯ୍ୟ ପରାଗ ଭଳି ଯେପରି ବିରିଆନି ନ ବାଣ୍ଟିବେ ସେଥିପାଇଁ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପୁରୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଛି । ହଜାର ହଜାର ବର୍ଷର ଶାସ୍ତ୍ରୀୟ ବିଧି ବ୍ୟବସ୍ଥାକୁ ଉପହାସ କରିବା ଓ ହିନ୍ଦୁଙ୍କର ଧର୍ମୀୟ ଭାବାବେଗକୁ କୁଠାରା ଘାତ କରିବା ଦ୍ୱାରା ହିନ୍ଦୁମାନଙ୍କ ମଧ୍ୟରେ ହେତୁବାଦୀଙ୍କ ଷଡ଼ଯନ୍ତ୍ରକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । ସମାଜକୁ ଧର୍ମ ଆଧାରରେ ଖଣ୍ଡ ଖଣ୍ଡ କରିବା ପାଇଁ ଏମାନଙ୍କ ପଛରେ ଏକ ଲୁକ୍କାୟିତ ଶକ୍ତି କାର୍ଯ୍ୟ କରୁଛି ବୋଲି ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ଦେବା ସମୟରେ ହିନ୍ଦୁ ମହାସଭାର ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ମହାପାତ୍ର , ହରିଶଙ୍କର ମିଶ୍ର ଓ ସାଧାରଣ ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଶତପଥି ଓ ବିଶ୍ୱମୋହନ ମିଶ୍ର ଉପସ୍ଥିତ ଥିଲେ ।
Related Stories
November 25, 2024