କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସଂସ୍କୃତି ଭବନ ଠାରେ ଠିକା କର୍ମଚାରୀ ମହା ସଂଘ ର ପ୍ରଥମ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଥିରେ ୧୯ ଟି ଠିକା କର୍ମଚାରୀ ସଂଘର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।ସାରା ଓଡ଼ିଶାର ସମସ୍ତ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କୁ ନେଇ ଏକ ଠିକା କର୍ମଚାରୀ ମହାସଂଘ ଗଠିତ ହୋଇଛି । ପୁରୀ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ପୁରୀ ଜିଲ୍ଲା ସ୍ତରୀୟ ବୈଠକରେ ତପନ କୁମାର ସାମଲ ସଭାପତି , ଡକ୍ଟର ସୀମା ସ୍ୱାଇଁ ଉପସଭାପତି , ଦୁଃଖିଶ୍ୟାମ ପଟ୍ଟନାୟକ ସମ୍ପାଦକ , ବିଜୟଲକ୍ଷ୍ମୀ ସାହୁ ଯୁଗ୍ମସମ୍ପାଦକ ଓ ଆଶୁତୋଷ ମିଶ୍ର ଆଦି ନିର୍ବାଚିତ ହୋଇ ସଂଗଠନ କୁ ସୁଦୃଢ କରିବା ପାଇଁ ଶପଥ ନେଇଥିଲେ । ସଭାପତି ତପନ ସାମଲ ସରକାର ଙ୍କ ଭୁଲ ନିଷ୍ପତି କୁ ସମାଲୋଚନା କରିବା ସହିତ ଆଗାମୀ ଦିନରେ କିପରି ସମସ୍ତ କର୍ମଚାରୀ ଙ୍କୁ ନିୟମିତ କରାଯିବ ତାହା ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ସଂଗଠନ ନିଷ୍ପତି ନେଇଥିଲା । କେନ୍ଦ୍ରୀୟ ସଂଗଠନର ନିଷ୍ପତି ଅନୁସାରେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ହୋଇଛି।
Related Stories
November 25, 2024