-
ସମ୍ପୃକ୍ତ ପୋଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ନଭେମ୍ବର ୨ ଗୁରୁବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ବାହାରେ ଜଣେ ପୋଲିସ ସାମ୍ବାଦିକଙ୍କୁ ମାଡ ମାରିବା ସହିତ ତାଙ୍କର କ୍ୟାମେରା ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।ରାକେଶ ନିଜର ପରିଚୟ ଜଣେ ସାମ୍ବାଦିକ ବୋଲି କହିବା ପରେ ମଧ୍ୟ ଆକ୍ରୋଶ ରଖି ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ ସେହି ସମୟରେ ଅନ୍ୟ କିଛି ପୋଲିସ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ |ଷ୍ଟାଡିୟମରେ ଏକ ହକି ମ୍ୟାଚ୍ ଚାଲିଥିବା ବେଳେ ରାକେଶ ରାଉଳ ନାମକ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରି ଆହତ କରିଥିବା ଅଭିଯୋଗ ହୋଇଛି।ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି |