ସ୍କେଟିଂ ଆସୋସିଏସନ ଅଫ ଓଡିଶା ତରଫରୁ ଆୟୋଜିତ ୩ୟ ରାଜ୍ୟ ସ୍କେଟ୍ ରୋଲର ଚାମ୍ପିଅଂଶୀପ ଓ ୯ମ ଚୟନ ଶିବିର ଭୁବନେଶ୍ୱର ଠାରେ ଗତ ୨୯ ଓ ୩୦ ତାରିଖ ଦିନ ଆୟୋଜିତ ହୋଇଥିଲା। ଏଥିରେ ପୁରୀ ଜିଲ୍ଲାର ସମୁଦାୟ ୧୪ ଜଣ ଅଂଶଗ୍ରହଣ କରିଥିବା ବେଳେ ୧୦ ଜଣ ଖେଳାଳି ବିଭିନ୍ନ ବର୍ଗରେ ୧୯ ଟି ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ସେମାନେ ହେଲେ ୫ ବର୍ଷ ରୁ ୭ ବର୍ଷ ବୟସ ବର୍ଗ ରେ ଆତ୍ମଜ ପଣ୍ଡା ୨୦୦ ମିଟର ସ୍କେଟିଂରେ ସ୍ୱର୍ଣ୍ଣ ଓ ୧୦୦୦ ମିଟର ସ୍କେଟିଂ ରେ ରୌପ୍ୟ, ଆଦିତ୍ୟ ନାରାୟଣ ତ୍ରିପାଠୀ ୫୦୦ ମିଟର ସ୍କେଟିଂ ରୌପ୍ୟ, ଦକ୍ଷ ପଂଚ ୨୦୦ ଓ ୫୦୦ ମିଟରରେ ସ୍କେଟିଂ ଦୁଇଟି କାଷ୍ୟ ୭ ବର୍ଷ ରୁ ୯ ବର୍ଷ ବୟସ ବର୍ଗ ରେ-ରୀକ ଦାସଗୁପ୍ତା ୫୦୦ ମିଟର ସ୍କେଟିଂ ରେ ରୌପ୍ୟ ଓ ୧୦୦୦ ମିଟର ସ୍କେଟିଂ ରେ କାଷ୍ୟ, ଅନ୍ସ ପାତ୍ର ୫୦୦ ମିଟର ସ୍କେଟିଂ ରେ ରୌପ୍ୟ ଓ ୧୦୦୦ ମିଟର ସ୍କେଟିଂ ରେ କାଷ୍ୟ,୯ ବର୍ଷ ରୁ ୧୧ ବର୍ଷ ବୟସ ବର୍ଗ ରେ ଯଶ ପାତ୍ର ୧୦୦୦ ମିଟର ସ୍କେଟିଂ ରେ କାଷ୍ୟ, ଶ୍ରେୟାଶ୍ରୀ ବଲିଆରସିଂ ୫୦୦ ମିଟରରେ ସ୍କେଟିଂ କାଷ୍ୟ, ୧୪ ବର୍ଷ ରୁ ୧୭ ବର୍ଷ ବୟସ ବର୍ଗ ରେ
ଓଁମ ନାୟକ ୫୦୦ ମିଟର ସ୍କେଟିଂ ସ୍ୱର୍ଣ୍ଣ ଓ ୧୦୦୦ ମିଟର ସ୍କେଟିଂ ଦୁଇଟି କାଷ୍ୟ, ଜି. ଜଗଦୀଶ ୫୦୦ ମିଟର ସ୍କେଟିଂ ରେ ରୌପ୍ୟ ଓ ୧୦୦୦ ମିଟର ସ୍କେଟିଂ ରେ କାଷ୍ୟ, ୧୭ ବର୍ଷ ରୁ ଉର୍ଦ୍ଧ୍ବ ବୟସ ବର୍ଗ ରେ
ପି . ରାଜୁ ରାଓ ୫୦୦ ମିଟର ସ୍କେଟିଂ ରେ ରୌପ୍ୟ ଓ ୧୦୦୦ ମିଟର ସ୍କେଟିଂ ରେ ଦୁଇଟି କାଷ୍ୟ ପଦକ ଜିତିଥିବା ବେଳେ ୪ ଜଣ ଖେଳାଳି ଆତ୍ମଜ ପଣ୍ଡା, ଓଁମ ନାୟକ, ରୀକ ଦାସଗୁପ୍ତା, ଜି. ଜଗଦୀଶ ଆସନ୍ତା ଡିସେମ୍ବର ୧୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋର ଠାରେ ଆୟୋଜିତ ହେବାକୁ ଥିବା ୬୦ ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି।
ଆଜି ପୁରୀ ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ପୁରୀ ବକ୍ସିଂ ଏକାଡେମୀ ସଭାପତି ସୁଦର୍ଶନ ସାହୁ ଓ ପୁରୀ ସ୍କେଟିଂ କୋଚ୍ ଶ୍ରୀନୁଭାଷ ରାଓ ଖେଳାଳିଙ୍କ ଏହି ସଫଳତା ନେଇ ଶୁଭେଚ୍ଛା ଜଣେଇଛନ୍ତି ଏବଂ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ସଫଳତା କାମନା କରିଛନ୍ତି।