ନୂଆଦିଲ୍ଲୀ ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସୀମା ଦର୍ଶନର ଅଂଶବିଶେଷ ଭାବେ ନାଗରିକମାନଙ୍କୁ ନଡାବେଟ ଓ ଅନ୍ୟ ସୀମାବର୍ତୀ ଅଂଚଳ ଭ୍ରମଣ କରିବାକୁ ଆହ୍ୱାନ ଦେଇଛନ୍ତି ।
ପର୍ଯ୍ୟଟନ, ସଂସ୍କୃତି ଓ ଉତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ଟ୍ୱିଟର ପ୍ରତ୍ୟୁତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;“ସୀମା ଦର୍ଶନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର ସହ ଏକ ନୂତନ ଦିଗନ୍ତ ଯୋଡିଛି । ସୀମାରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ଲଢୁଆ ମନୋଭାବକୁ ପ୍ରଶଂସା କରିବାକୁ ଏହା ସୁଯୋଗ ପ୍ରଦାନ କରିଛି ।ନଡାବେଟ ଓ ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳ ଭ୍ରମଣ କରିବାକୁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି… ।”