ନୂଆଦିଲ୍ଲୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ ଶକ୍ତି ମୂଲ୍ୟ ବିଶେଷ ଭାବରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଛି । ଆଜି ଏଠାରେ କୋଇଲା ମନ୍ତ୍ରଣାଳୟର ଷଷ୍ଠ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କରି ଅର୍ଥମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱର ସର୍ବୋତ୍ତମ ପୁଞ୍ଜି ବିନିଯୋଗ ସ୍ଥାନ ଅଟେ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କର ନୀତିରେ ସ୍ଥିରତା ଏବଂ ସ୍ୱଚ୍ଛ ପ୍ରକ୍ରିୟା ଯୋଗୁଁ ବିଦ୍ୟୁତ୍ କ୍ଷେତ୍ର ପାଇଁ କୋଇଲା ଆମଦାନୀ ୪୧% ହ୍ରାସ ପାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଜି ୧୪୧ ଟି କୋଇଲା ଖଣି ନିଲାମରୁ ବାରଟି ରାଜ୍ୟ ସିଧାସଳଖ ଲାଭବାନ ହେବେ । କୋଇଲା କ୍ଷେତ୍ରକୁ ମୁକ୍ତ କରିବା ପାଇଁ ସମ୍ପ୍ରତି କୋଇଲା ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଶଂସା କରି ସୀତାରମଣ କହିଛନ୍ତି ଯେ ଖଣି କ୍ଷେତ୍ର ସଂସ୍କାର ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ସଠିକ୍ ଭାବେ ଗତି ଦେଉଛି । କୋଇଲା ଗ୍ୟାସିଫିକେସନ୍ ଏବଂ ବ୍ୟବସାୟିକ ଖନନକୁ ପ୍ରୋତ୍ସାହନ ପାଇଁ ଅର୍ଥ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି ।
Related Stories
July 11, 2024
June 23, 2024