
ଭୁବନେଶ୍ଵର, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଂଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଏହାର ଦୃଶ୍ୟମାନ ଦୂରତା ରହିଛି ୧୦୦ ମିଟର । କୋରାପୁଟରେ ୨୦୦ ମିଟର (ମଧ୍ୟମ ଧରଣର କୁହୁଡ଼ି), ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ୨୦୦ ମିଟର, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୭୫୦ ମିଟର (ହାଲୁକା କୁହୁଡ଼ି), ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୮୦୦ ମିଟର (ହାଲୁକା କୁହୁଡ଼ି) ଦୃଶ୍ୟମାନ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।