ଖୋର୍ଦ୍ଧା,ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତନ୍ମଧ୍ୟରୁ ଦୁଇ ଜଣଙ୍କ ସ୍ଵାସ୍ଥ୍ଯାବସ୍ଥା ଗୁରୁତର ରହିଛି।
ସୂଚନା ମୁତାବକ, ବଲୁନ ନାମକ ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଭୋର ସାଢେ ୪ଟାରେ ଦୁର୍ଘଟଣା ଘଟିଛି ।ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ନାଇଟକୋଚ ଏସି ବସ । ପ୍ରବଳ କୁହୁଡି ଯୋଗୁଁ ବସଟି ଭାରସାମ୍ୟ ହରାଇ ବାଘମାରୀ ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ ବିଲ ଭିତରକୁ ଓଲଟି ପଡିଥିଲା । ଖବରପାଇ ସ୍ଥାନୀୟ ଲୋକ ଓ ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରବଳ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାରେ ଭର୍ତ୍ତି କରିଯାଇଥିବାବେଳେ ସେମାନଭଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ଵରକୁ ସ୍ଥାନାନ୍ତରିତ କରାଯାଇଛି । ବସରେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବାବେଳେ ଗାଡିର କାଚଭାଙ୍ଗି ଉଦ୍ଧାର କରିଛି ବାଘମାରି ପୋଲିସ । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ବସର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି ।
ପୋଲିସ କର୍ମଚାରୀଙ୍କ କହିବା ଅନୁସାରେ, “ବସ୍ରେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିଲେ । କୁହୁଡି ଯୋଗୁଁ ରାସ୍ତା ଠିକ୍ରେ ଦେଖାଯାଇନାହିଁ । ଫଳରେ ଗାଡିଟି ବାମ ପାର୍ଶ୍ଵରୁ ଆସି ଡାହାଣ ପାର୍ଶ୍ଵକୁ ଓଲଟି ପଡିଛି । ଆହତ ୮ଜଣ ଯାତ୍ରୀ ଖୋର୍ଦ୍ଧାରେ ଚିକିତ୍ସିତ ହେଉଥିବାବେଳେ ଗୁରୁତର ୨ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଯାତ୍ରୀମାନେ ଅନ୍ୟ ବସ୍ରେ ଘରକୁ ଯାଇଛନ୍ତି ।