-
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୋଇଛି ବଡ଼ ମହାସ୍ନାନ,
-
ମା ଲକ୍ଷ୍ମୀଙ୍କ ମନ୍ଦିରରେ ଭକ୍ତ ଅଶାନ୍ତି,
ଗୁରୁବାର ଦିନ ଶ୍ରୀମନ୍ଦିରରେ ହୋଇଛି ବଡ଼ ମହାସ୍ନାନ | ବୁଧବାର ପୂର୍ବ ରାତ୍ର ପହୁଡ଼-୧୨.୫୦(ରାତ୍ର) ହୋଇଥିବା ବେଳେ ଗୁରୁବାର ସକାଳ ଦ୍ୱାରଫିଟା-୦୫.୧୦, ମଙ୍ଗଳ ଆଳତୀ-୦୫.୫୫, ମଇଲମ-୦୬.୦୦, ତଡପଲାଗି-୦୬.୪୫ ପରେ ଭିତରେ ରକ୍ତ ପଡ଼ିଥିବାରୁ ବଡ ମହାସ୍ନାନ ହୋଇଥିଲା ।
ଚୂନପାଣି ପଡ଼ିଲା-୦୭.୨୫, ମହାସ୍ନାନ ପୂଜାଠା-୦୭.୩୦, ମହାସ୍ନାନ-୦୭.୪୦ ରୁ ୦୭.୪୫,ଅବକାଶ ପୂଜାଠା-୦୮.୧୦, ଅବକାଶ-୦୮.୧୫ ରୁ ୦୮.୩୦, ମଇଲମ-୦୮.୩୫, ରୋଷ ହୋମ-୦୮.୫୦, ରାଧାଦାମୋଦର ବେଶ – ୦୯.୨୦,
ସୂର୍ଯ୍ୟପୂଜା – ୦୯.୪୦ ହୋଇଥିଲା |ଏଥି ସହିତ ସକାଳ ସମୟରେ କାର୍ତ୍ତିକ ମାସ ପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଶ୍ରୀମନ୍ଦିର ଭିତରେ ଦେଖିବାକୁ ମିଳିଥିଲା |ବଡ ମହାସ୍ନାନ ହେବା କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତମାନେ ମା ଲକ୍ଷ୍ମୀ ଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇ ଥିଲେ |ପବିତ୍ର ସୁଦଶା ବ୍ରତ କାରଣରୁ ମା ଲକ୍ଷ୍ମୀ ଙ୍କ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା କର୍ମୀ ନାକେଦମ ହୋଇଥିଲେ |ଯଦି କେହି ମନ୍ଦିର ଭିତରେ ପ୍ରବେଶ ବି କରିଛି ନିଜର ବ୍ରତକୁ ପୂଜା କରିବା ପାଇଁ ସେଠାରେ ସେ ଅଶାନ୍ତିର ଶିକାର ହୋଇଛନ୍ତି |କାରଣ ଗୋଟିଏ ବ୍ରତ ପୂଜା କରିବା ପାଇଁ ମା ଲକ୍ଷ୍ମୀଙ୍କ ପୂଜାରୀ ସର୍ବନିମ୍ନ ୫୦ ଟଙ୍କା ଦାବୀ କରୁଥିଲେ |ଯଦି ୫୦ ଟଙ୍କା ନ ଦେବ ତାହେଲେ ନିଜର ବ୍ରତକୁ ନେଇଯାଅ ବୋଲି ଶୁଣିବାକୁ ପଡୁଥିଲା |ଶ୍ରଦ୍ଧାଳୁମାନେ ନିଜର ଭକ୍ତିୟ ଭାବନାକୁ ଦୃଷ୍ଟିରେ ରଖି ବାଧ୍ୟ୍ୟ ହୋଇ ଦେଉଥିବା ଦେଖିବାକୁ ମିଳିଥିଲା |ଶ୍ରଦ୍ଧାଳୁ ମାନଙ୍କ ଏଭଳି ସମସ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ |ଏଭଳି ସ୍ଥିତିରେ ଭକ୍ତ ହିଁ ଡାକୁଛନ୍ତି କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଭରସା |