ଯୋଗକ୍ରିୟା ଅଭ୍ୟାସ ଦ୍ବାରା ଡାଇବେଟିସ, ଉଚ୍ଚରକ୍ତଚାପ, ବ୍ୟାକ୍ ପେନ, ଥଣ୍ଡା, ସର୍ଦି, କାଶ,ସ୍ବାଶ, ହୃଦଜନିତ ସମସ୍ୟା, ରୋଗ ପ୍ରତିରୋଧକ ଶକ୍ତି, ମେଡିଟେସନ ଓ ମସ୍ତିକର ସ୍ଥିରତା, ମେରୁଦଣ୍ଡ ଜନିତ ସମସ୍ୟା, ଆର୍ଲଜି, ଉଦର ଜନିତ ସମସ୍ୟା, ଵାତପିତ ଓ କଫର ଅସନ୍ତୁଳିତା ଦୂର , ଫ୍ୟାଟ ବା ମୋଟାପା ସମ୍ପର୍କ ଏକ ଆଲୋଚନା ଚକ୍ର
ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଏଥିରେ ଯୋଗଗୁରୁ ମନୋଜ କୁମାର ନାୟକ ରାଜ୍ୟର ବିଭିନ୍ନ ଭାଗରୁ ଯୋଗ ଶିକ୍ଷା ଗ୍ରହଣ କରୁଥିବା ଶିକ୍ଷାର୍ଥୀ ମାନଙ୍କୁ ଯୋଗର ସଫଳ ପ୍ରକିୟା ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। କିଭଳି ଭାବରେ ପ୍ରତିଦିନ
ଯୋଗ କରିବା ଆବଶ୍ୟକ ଓ ରୋଗ ଜନିତ ଯୋଗ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ମାଗଣାରେ ଅନ ଲାଇନ ଯୋଗ ଶିକ୍ଷା ସହ ପ୍ରତିଦିନ ଆଖଣ୍ଡଳମଣି ମନ୍ଦିର ପରିସରେ ଯୋଗଶିକ୍ଷା ପ୍ରଦାନ କରାଯାଉଛି । ଯୋଗ ଶିକ୍ଷା ଗ୍ରହଣ କରୁଥିବା ଶିକ୍ଷାର୍ଥୀମାନେ ତାଙ୍କର ରୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ତାର ବିହୀତ ସମସ୍ୟା ସମ୍ପର୍କରେ ଟପଣୀ ଗ୍ରହଣ କରିଥିଲେ। ବିଶେଷ ଭାବରେ ରୋଗ ଜନିତ ସମସ୍ୟାକୁ ନେଇ ପ୍ରତିଦିନ ଯୋଗ ଶିକ୍ଷା ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Related Stories
November 25, 2024