
ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ମା’ରାଧାରାଣୀଙ୍କ ପାଦ ଦର୍ଶନ ଉତ୍ସବ ଆଶ୍ରମର ମୁଖ୍ୟ ପରିଚାଳକ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଭୋର ୪ଟାରୁ ଆଶ୍ରମ ପରିସରରେ ଥିବା ୧୫ଗୋଟି ମନ୍ଦିରରେ ମଙ୍ଗଳ ଆଳତି, ଅବକାଶ ପଠନ ଓ ବିଶ୍ବଶାନ୍ତି ପ୍ରାର୍ଥନା ଶେଷ ହେବା ପରେ ସମାଧି ମନ୍ଦିରରୁ ପ୍ରେମାଚାର୍ଯ୍ୟଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ଭକ୍ତମାନଙ୍କ ଗହଣରେ ହରିବୋଲ, ହୁଳହୁଳି ସହ ମହାମନ୍ତ୍ର ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ ନାମରେ ପାଦପଦ୍ମ ମନ୍ଦିରକୁ ଅଣାଯାଇଥିଲା । ସେଠାରେ ଗୁରୁଦେବ ମା’ରାଧାରାଣୀଙ୍କୁ ଦର୍ଶନ କରିବା ପରେ ଶତାଧିକ ଭକ୍ତ ରାଧାରାଣୀଙ୍କ ପାଦ ଦର୍ଶନ କରିଥିଲେ। ଷୋଡଶ ଉପଚାରରେ ପୂଜାର୍ଚ୍ଚନା, ଓଁ ରାଧେ ଶ୍ରୀରାଧେ ଜୟ ଜୟ ରାଧେ ନାମରେ ଆଶ୍ରମ ପରିସର ପ୍ରକମ୍ପିତ ହୋଇଥିଲା । କିମ୍ବଦନ୍ତୀ କହେ, ମା ରାଧାରାଣୀ ଉତରାୟଣ
ଦେବୀ ହୋଇଥିବାରୁ ବର୍ଷକ ଯାଏଁ ମା’ଙ୍କ ବସ୍ତ୍ର ପରିଧାନ ଉତରାଂଚଳ ରୀତି ଅନୁଯାୟୀ ପାଦ ଲୁଚିଥାଏ । ପବିତ୍ର ଅଁଳା ନବମୀ ମା’ଙ୍କ ଜନ୍ମଦିନ ହୋଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ
ନିଜ ପାଦ ଦର୍ଶନ କରାଇଥାନ୍ତି । ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ବାବାଜୀ ଅକ୍ଷୟ ଦାସ, ରାଜକିଶୋର ସାହୁ, ଗୁରୁକୃଷ୍ଣ ଭାଇ ପ୍ରମୁଖ ସହଯୋଗ କରିଥିଲେ । ମା’ଙ୍କ ପାଦ
ଦର୍ଶନ ନିମନ୍ତେ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ ଲାଗିଥିଲା ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେବା ସହ ଚଳିତ ମାସ ୪ ତାରିଖରୁ ୫ ଦିନ ବ୍ୟାପି ଶରତ ରାହାସରେ
ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେବାକୁ ନିବେଦନ କରିଛନ୍ତି ।