ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇଜଲର ମିଜୋରମ ବିଶ୍ବବିଦ୍ୟାଳୟର 17ତମ ସମାବର୍ତନ ଉତ୍ସବରେ ଭାଗ ନେବେ ଓ ଶିକ୍ଷା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଗୁଡିକର ଉଦଘାଟନ କରିବେ। ରାଷ୍ଟ୍ରପତି ମୁର୍ମୁ ମିଜୋରାମ ସରକାରଙ୍କ ଦ୍ୱାରା ତାଙ୍କର ସମ୍ମାନରେ ରାଜଭବନ ଠାରେ ଏକ ନାଗରିକ ସ୍ବାଗତ ସମାରୋହରେ ଯୋଗ ଦେବେ ଓ ଏହି ଅବସରରେ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ ।