କେନ୍ଦ୍ରାପଡା- କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଚଳିତ ମାସ ନଭେମ୍ବର ୧୨ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହେବ । ଯଦି କୈାଣସି ବ୍ୟକ୍ତିଙ୍କର ପୁରୁଣା ଦେୱାନୀ ଓ ଫୈାଜଦାରୀ ମାମଲା କୋର୍ଟରେ ବିଚାରଧୀନ ଥାଏ ତାହେଲେ ସେମାନେ ଏହାର ସୁଯୋଗ ନେଇ ପାରିବେ । ତତ୍ ସହିତ ମଟର ଦୁର୍ଘଟଣା, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ ଆଦିୁ ମକଦ୍ଦମା ଥାଏ ତାହେଲେ ଏହି ଲୋକ ଅଦାଲତର ସହଯୋଗ ନେଇ ମାମଲାର ସମାଧାନ କରି ପାରିବେ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି ।
Related Stories
November 23, 2024