କେନ୍ଦ୍ରାପଡା-ପଶ୍ଚିମବଙ୍ଗର ଏକ ଦମ୍ପତି ଗରାପୁର ଶିଶୁ ଗୃହରେ ପାଳିତ ଏକ କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଜଣାପଡିଛି । ଏହି ଉପଲକ୍ଷେ ସମସ୍ତ ଆଇନ ଅନୁମୋଦିତ କାର୍ଯ୍ୟ ସରିବା ପରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ପଶ୍ଚିମବଙ୍ଗରୁ ଆସିଥିବା ଏହି ଦମ୍ପତିଙ୍କୁ କନ୍ୟା ସନ୍ତାନ ଅର୍ପଣ କରିଥିଲେ । ୨୦୨୧ ସେପ୍ଟେମ୍ବର ୧ ତାରିଖ ଦିନ ଜନ୍ମଲାଭ କରିଥିବା ଏହି ଶିଶୁ ପଲିଶ୍ରୀ ମହିଳା ସମିତି ପରିଚାଳିତ ଗରାପୁର ସ୍ଥିତ ଶିଶୁ ଗୃହରେ ଲାଳନ ପାଳନ କରାଯାଇ ଥିଲା । ପଶ୍ଚିମବଙ୍ଗର ଦମ୍ଦମ୍ ଏୟାରପୋର୍ଟ ଅଂଚଳର ବାସିନ୍ଦା ସୁମନଜିତ୍ ଦେ ଓ ଅଞ୍ଜନା ଚୈାଧୁରୀ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରିଥିଲେ । ସମସ୍ତ ପ୍ରକାର ସରକାରୀ ନିୟମ ପାଳନ କରାଯିବା ସହ ବୁଧବାର ତାଙ୍କୁ କନ୍ୟା ସନ୍ତାନ ସମର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ପଲିଶ୍ରୀ ମହିଳା ସମିତିର ଶ୍ରୀକାନ୍ତ ନାୟକ, ବିଜୟ ଦାସ, ଜାନକୀ ଦାସ, ବିଶ୍ୱଜିତ୍ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 22, 2024