
କେନ୍ଦ୍ରାପଡା,କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଂଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜରିମାନା ରେ ମାନ୍ୟବର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ତ୍ରିବିକ୍ରମ ଚିନାରା ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଇପଦ ଗ୍ରମର ଜଣେ ନାବାଳିକା ତାର ବୁଢୀ ମା ସହିତ ଶୈାଚ ହେବାପାଇଁ ଯାଇଥିବା ସମୟରେ ସେହି ଗ୍ରାମର କାଳନ୍ଦୀ ମଳିକଙ୍କ ପୁଅ ସୁକାନ୍ତ ମଳିକ ରାତି ୮ଟା ସମୟରେ ତାର ୪ଜଣ ସହଯୋଗୀଙ୍କ ସହିତ ନାବାଳିକା କୁ ଜବରଦସ୍ତ ଅପହରଣ କରି ଏକ ବୋଲେରୋ ଗାଡିରେ ପ୍ରଥମେ ଭଦ୍ରକ ଓ ପରେ ବାଙ୍ଗାଲୁରୁ ନେଇ ରଖିଥିଲା । ଏନେଇ ନାବାଳିକା ର ବାପା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ଥାନା କେଶ ନଂ-୧୩୪/୨୦୧୭ ରେ ମାମଲା ରୁଜୁ କରିବା ସହ ଅନୁସନ୍ଧାନ ଜାରି ରଖି ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ବାଙ୍ଗାଲୁରୁ ରୁୁ ଠାବ କରି ଗିରଫ କରି ଆଣିଥିଲେ । ଓ ନାବାଳିକା କୁ ଉଦ୍ଧାର କରିଥିଲେ । ପୋକ୍ସୋ କୋର୍ଟ ଜିଆର କେଶ ନଂ-୧୨୯/୧୭ ରେ ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତିକରି ମାନ୍ୟବର କୋର୍ଟ ଆସାମୀ ସୁକାନ୍ତ କୁ ୧୦ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦାୟ ଆଉ ଏକ ବର୍ଷ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପି.ପି ମନୋଜ କୁମାର ସାହୁ ପରିଚାଳନା କରିଥିଲେ ।