ଭୁବନେଶ୍ୱର – ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରି ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ବିରୋଧିଦଳ ନେତାଙ୍କୁ ଭେଟିଛି ସାମ୍ବାଦିକ ମିଳିତ ମଂଚ । ଏହାକୁ ବିଧାନସଭାରେ ଆଗତ କରିବା ପାଇଁ ମଂଚ ପକ୍ଷରୁ ସେମାନଙ୍କୁ ଲିଖିତ ଦାବିପତ୍ର ଦିଆଯାଇଛି । ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବାବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ଚଳିତ ବିଧାନ ସଭାରେ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯାଇ ଓ ଉକ୍ତ ବିଧେୟକ ଆଗତ ହୋଇ ଏହାକୁ ପାରିତ ହେବ ଏନେଇ ନିବେଦନ କରାଯାଇଥିଲା । ଇତି ମଧ୍ୟରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସଂସ୍କୃତି ମନ୍ତ୍ରୀ ଜୌତି ପ୍ରକାଶ ପାଣିଗ୍ରାହୀ, ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର, ଗୋପାଳପୁର ବିଧାୟକ ପାଣିଗ୍ରାହୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଚିକିଟି ବିଧାୟିକା ଉଷାଦେବୀ, ତିର୍ତୋଲ ବିଧାୟକ ବିଷ୍ଣୁ ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ନେତା ଡଃ ଦମୋଦର ରାଉତ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ନିବେଦିନ କରାଯାଇଛି ।
Related Stories
September 16, 2024