
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆମ ଆଦମୀ ପାର୍ଟି ତରଫରୁ ପୁରୀ ମୁନ୍ସିପାଲିଟୀ ସଦସ୍ୟଙ୍କ ସହ ପ୍ରଥମ ପ୍ରସ୍ତୁତି ବୈଠକ ପରେ ପୁରୀର ୩୨ ଟି ୱାର୍ଡ କୁ ୩ଟି ଜୋନରେ ବିଭକ୍ତ କରାଯାଇ ଯୁବ ଜୋନ ସଭାପତି ଙ୍କ ନାମ ଘୋଷଣା କରାଯାଇଛି।
ଜୋନ-୧ ରେ ୧ ରୁ ୧୦ ନମ୍ୱର୍ ୱାର୍ଡର ଦାୟିତ୍ୱ ସୁନୀଲ ଜେନା,
ଜୋନ-୨ ରେ ୧୧ ରୁ ୨୧ ନମ୍ୱର୍ ୱାର୍ଡ ଦାୟିତ୍ୱ ସୁଧାଂଶୁ ଶେଖର ନାୟକ,ଜୋନ-୩ ରେ ୨୨ ରୁ ୩୨ ନମ୍ୱର୍ ୱାର୍ଡ ଦାୟିତ୍ୱ ଜନ୍ମଜୟ ଜେନା ଏବଂ ପୁରୀ ଯୁବ ପୌରପାଳିକା ଅଧକ୍ଷ ରାକେଶ କୁମାର ନନ୍ଦ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି |
ଏଥି ସହିତ ଆମ ଆଦମୀ ପାର୍ଟି(ଆପ)ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସମ୍ମିଳନୀ ପାଇଁ ବ୍ରହ୍ମଗିରି ସଦସ୍ୟଙ୍କ ସହ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହେଇଛି |ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସଂଜୀବ କୁମାର ମହାନ୍ତି ଓ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ ଙ୍କ ସହମତି କ୍ରମେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ୭ଟି ଜୋନରେ ବିଭକ୍ତ କରାଯାଇଛି | ନିମ୍ନଲିଖିତ ୪ଟି ଜୋନର ଯୁବ ପର୍ଯ୍ୟବେକ୍ଷକ ଙ୍କର ନାମ ଘୋଷଣା କରାଯାଇଛି |ଜୋନ ନମ୍ବର ୧୦ରୁ ଶ୍ରୀ ଶୋଭନ ବାରିକ,ଜୋନ ନମ୍ବର ୨୮ରୁ ଶ୍ରୀ ଅଜିତ କୁମାର ବାରିକ,ଜୋନ ନମ୍ବର ୨୯ରୁ ଶ୍ରୀ ମାନସ କୁମାର ପ୍ରଧାନ,ଜୋନ ନମ୍ବର ୩୦ରୁ ଶ୍ରୀ ବିକାଶ ଚନ୍ଦ୍ର ସେଠୀ |ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୩ଟି ଜୋନର ପର୍ଯ୍ୟବେକ୍ଷକ ନାମ ଘୋଷଣା କରାଯିବ ବୋଲି ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ ସୂଚନା ପ୍ରଦାନ କରିଛନ୍ତି |