କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଏକ ସୁସ୍ଥ ସମାଜ ପାଇଁ ଯୁବଗୋଷ୍ଠୀ ରକ୍ତଦାନ କରିବା ସହ ଅସହାୟ ମଣିଷର ସହାୟ ହୁଅନ୍ତୁ ବୋଲି କହିଛନ୍ତି ପୁରୀ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷା ପ୍ରତିମା ପଣ୍ଡା। ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ବିଭାଗ ପକ୍ଷରୁ “ରକ୍ତଦାନ-ମହାପୂଣ୍ୟ”ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷା ପଣ୍ଡା,ଏକ ଶୃଙ୍ଖଳିତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଜଗବନ୍ଧୁ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସେବାଶ୍ରମ ସଂଘ ର ସ୍ବାମୀ ତୃପ୍ତାନନ୍ଦ ମହାରାଜ ଉଦଘାଟନ କରିଥିବା ବେଳେ ଶିକ୍ଷାବିତ୍ ପ୍ରଭାତ ରଂଜନ ମହାପାତ୍ର, ସମାଜସେବୀ ବଦ୍ରି ମିଶ୍ର, ଡାକ୍ତର ଦେବ ଦାସ ଓ ବ୍ଲଡବ୍ୟାଙ୍କ ଅଧିକାରୀ ବିନୟ ସାହୁ ଅତିଥି ଭାବେ ଯୋଗଦେଇ, ନିୟମିତ ରକ୍ତଦାନ,ଏକ ବ୍ୟକ୍ତି କୁ ରକ୍ତଚାପ ଓ ମଧୁମେହ ମୁକ୍ତ କରିପାରେ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ରବିଶଙ୍କର ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଵିସ୍ମିତା ମିଶ୍ର, ପ୍ରକାଶ ଚନ୍ଦ୍ର ଶତପଥୀ,ସଵିତାରାଣୀ ଦାସ ଓ ସଂଘମିତ୍ରା ସ୍ବାଇଁ ସହଯୋଗ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟ ର ୩୭ ଜଣ ଛାତ୍ର ଛାତ୍ରୀଙ୍କ ସହିତ ୬୧ ବର୍ଷିୟା ମୁଖ୍ୟ ଅତିଥି ପ୍ରତିମା ପଣ୍ଡା ରକ୍ତଦାନ କରିଥିଲେ।ଏହି ରକ୍ତଦାନ ଶିବିର ରେ ୩୮ୟୁନିଟ୍ ବ୍ଲଡ଼ ସଂଗ୍ରହ ହୋଇଥିଲା। ଜିଲ୍ଲାର ଥାଲେସେମିଆ ରୋଗୀଙ୍କ ପାଇଁ ମହାବିଦ୍ୟାଳୟ ଅଧିକ ରୁ ଅଧିକ ଶିବିର କରିବ ବୋଲି ଅଧ୍ୟକ୍ଷ ଡ଼ଃ ଜଗବନ୍ଧୁ ମିଶ୍ର ଓ ଡଃ ରବିଶଙ୍କର ମିଶ୍ର ଜଣାଇଛନ୍ତି।
Related Stories
November 24, 2024
November 24, 2024