ପବିତ୍ର ଆଁଳା ନବମୀରେ କ୍ଷୀର ଚୋରା ଗୋପୀନାଥଙ୍କ ସେବକ ସତ୍ୟନାରାୟଣ ସିଂହାରୀ ଭକ୍ତ ମାନଙ୍କୁ ପ୍ରସାଦ ପ୍ରଦାନ କରିବା ସହିତ ଭକ୍ତ ମାନଙ୍କୁ ରାଧା ପାଦ ଦର୍ଶନ କରାଇ ଆଶୀର୍ବାଦ ପ୍ରଦାନ କରିଥିଲେ |କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପବିତ୍ର ଅଁଳା ନବମୀ ।ଅଁଳା ବୃକ୍ଷକୁ ପୂଜା କରିବାର ଦିନ ।ଅଁଳା ବୃକ୍ଷ ପୂଜନ ଦ୍ଵାରା ଅଖଣ୍ଡ ସୌଭାଗ୍ୟ,ଆରୋଗ୍ୟ,ସନ୍ତାନ ଓ ସୁଖ ପ୍ରାପ୍ତି ହୁଏ ବୋଲି ଓଡ଼ିଆ ଙ୍କ ବିଶ୍ୱାସ ରହିଛି ।ଏହି ତିଥିରେ ଦାନ, ପୂଜା, ଭକ୍ତି, ସେବା ଆଦି ଯାହାବି ଶୁଭ କାର୍ଯ୍ୟ କରାଯାଏ ,ତାର ପୁଣ୍ୟ ଫଳ ଜନ୍ମ ଜନ୍ମାନ୍ତରକୁ ମିଳେ ।ଏହି ଦିନ ଦ୍ଵାପର ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ ।ଶାସ୍ତ୍ର ଅନୁଯାୟୀ ଅଁଳା ନବମୀରେ ଅର୍ଜିତ ପୁଣ୍ୟର ଅନ୍ତ ନାହିଁ ।କୁହାଯାଏ ଆଜିର ଦିନରେ ଭଗବାନ ଶ୍ରୀ ବିଷ୍ଣୁ କୁଷ୍ମାଣ୍ଡକ ଦୈତ୍ୟ କୁ ବଧ କରିଥିଲେ ।ଏହି କାରଣରୁ କୁଷ୍ମାଣ୍ଡ ଦାନ ଦ୍ଵାରା ଉତ୍ତମ ଫଳ ମିଳେ ବୋଲି ଲୋକ ବିଶ୍ବାସ ରହିଛି ।ଆଜିର ଦିନ ବିଧିବିଧାନର ସହ ତୁଳସୀ ବିବାହ କରାଇବା ଦ୍ଵାରା ମଧ୍ୟ କନ୍ୟାଦାନ ତୁଲ୍ୟ ଫଳ ମିଳିଥାଏ ।ଅଁଳା ଭଗବାନ ବିଷ୍ଣୁ ଙ୍କ ପ୍ରିୟ ଫଳ ।ଏହି ବୃକ୍ଷରେ ସମସ୍ତ ଦେବାଦେବୀ ବାସ କରନ୍ତି ।ତେଣୁ ଅଁଳା ବୃକ୍ଷ ପୂଜନ ବିଧି ବହୁ ପ୍ରାଚୀନ ।ଏହି ଦିନ ପ୍ରାତଃ ସ୍ନାନ ପୂର୍ବକ ଅଁଳା ବୃକ୍ଷ ପୂଜା କରାଯାଏ ।ଏହା ପରେ ବୃକ୍ଷ ଶାଖାରେ ସୂତା ବାନ୍ଧି ଦିଆଯାଏ ।ଶେଷରେ କର୍ପୁର ,ଘିଅ ଦିପରେ ବୃକ୍ଷର ଆଳତି କରାଯାଏ । ପବିତ୍ର ଅଁଳା ନବମୀ ଅବସରରେ ହବିଶିଆଳି ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏବଂ ମନ୍ଦିର ବେଢ଼ା ରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ କରିଛନ୍ତି ଏବଂ ଏହା ଛଡ଼ା ବିଭିନ୍ନ ମଠ ଓ ପୁଷ୍କରିଣୀ ପରିସରରେ ଥିବା ଅଁଳା ବୃକ୍ଷ କୁ ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କରିଥିଲେ । ଏଥିସହିତ ପୁରୀ ସିଦ୍ଧବକୂଳ ମଠ ପରିସରରେ ବ୍ରତ ଧାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା |
Related Stories
November 24, 2024
November 24, 2024