ଭୁବନେଶ୍ୱର,ପବିତ୍ର ପଂଚୁକ ସମୟରେ ଦର୍ଶକ ମାନେ ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିବେ ଭକ୍ତ । ପ୍ରଶାସନ ପକ୍ଷରୁ ସିଧାସଳଖ ନହେଲେ ମଧ୍ୟ ଏଲଇଡ୍ – ସ୍କ୍ରିନ୍ରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । କଟକ ଜିଲ୍ଲାପାଳ ପଞ୍ଚୁକରେ ଧବଳେଶ୍ୱରଙ୍କୁ ଶ୍ରଦ୍ଧାଳୁ ଭର୍ଚୁଆଲରେ ଦର୍ଶନ କରିପାରିବେ ବୋଲି ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏହାକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା ।
ଏଥିପାଇଁ ଆଜି କଟକ ଜିଲ୍ଲାପାଳ ଝୁଲାପୋଲ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଝୁଲାପୋଲରେ କଳଙ୍କୀ ଲାଗିଥିବା ସମସ୍ତ ସ୍ଥାନ ସହ ଫାଟକୁ ଜିଲ୍ଲାପାଳ ଦେଖିଥିଲେ । ଝୁ
ଲାପୋଲର ମରାମତି କାମ ପାଇଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏହାସହ ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ଆଦୌ ସମ୍ଭବ ନ ଥିବା କାରଣରୁ ଏଭଳି ବ୍ୟବସ୍ଥା କରାଯାଇଛି ।