
ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାର ଉଦଜାପନୀ ଅବସରରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ମହାସମାରୋହରେ ବୋରଭଟା ଠାରୁ ବୋରଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ଶୁଭ ମୁହୁର୍ତ୍ତରେ ବେଲପଡା ଠାରେ ଅଞ୍ଚଳ ବାସୀ ତଥା ମହିଳା ଗୋଷ୍ଠୀ ମାନେ ବନ୍ଦାପନା, ହୁଳହୁଳିରେ ବରଣ୍ୟ ସାଂସଦ ସୁଜିତ କୁମାରଙ୍କୁ ପାଛୋଟି ନେଇଥିଲେ। ପଦଯାତ୍ରା ପରେ ବେଲପଡା ଠାରେ କ୍ଲବ ଗୃହ ଓ଼ ଗାୟତ୍ରୀ ମଣ୍ଡପକୁ ଲୋକାର୍ପଣ କରିଥିଲେ ଏବଂ ଅଂଚଳର ବିଭିନ୍ନ ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରିବା ସହ ବୋରଭଟା ବିଦ୍ୟାଳୟକୁ ୬ ଲକ୍ଷ ଟଙ୍କା ଏମ. ପି. ପାଣ୍ଠିରୁ ଦେବାକୁ ଘୋଷଣା କରିଥିଲେ। ଏହାପରେ ବୋରଡ଼ା ନିକଟସ୍ଥ ଉଡ଼ନ୍ତି ନଦୀରେ ଅଧାପନ୍ତରିଆ ବେରେଜକୁ କାର୍ଯ୍ୟକ୍ଷମ କରିବା ସହ ତେଲ ନଦୀରେ ମେଗା ପ୍ରୋଜେକ୍ଟ କରି ମିଲକି ଅଞ୍ଚଳକୁ ଜଳ ଯୋଗାଇବାର ବ୍ୟବସ୍ଥା କରିବାକୁ ଏକ ଦାବିପତ୍ର ସାଂସଦଙ୍କୁ ଦିଆଯାଇଥିଲା। ବୋରଡ଼ା ଠାରୁ ଖୋଲପଲା ପର୍ଯ୍ୟନ୍ତ ପିଏମଜିଏସ ରାସ୍ତାକୁ ମରାମତି ଜରୁରୀ ଥିବା, ସମସ୍ତ ସମସ୍ୟା ପ୍ରତି ଧ୍ୟାନ ଦେବା ବୋଲି ତଥା ଅଞ୍ଚଳର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଆଲୋଚନା ହୋଇଥିଲା।
ଏହି ଜନ ସମ୍ପର୍କ ପଦଯାତ୍ରାରେ ସୁଜିତ କୁମାର ରାଜ୍ୟ ସଭା ସଦସ୍ୟ, ପୂର୍ବତନ ବିଧାୟକ ଅନାମ ନାଏକ, ମଣ୍ଟୁ ନାଏକ ଯୁବ ବିଜେଡି ରାଜ୍ୟ ଉପ ସଭାପତି, ପ୍ରଶାନ୍ତ ନାଏକ ଏସ ସି ସେଲ ଜିଲ୍ଲା ସଭାପତି, ଅବିନାଶ ଠାକୁର, ସୁଶୀଲ କୁମାର ସାହୁ ବ୍ଲକ ଯୁବ ସଭାପତି, ଅଶ୍ୱିନୀ ଭୋଇ, ପ୍ରଦୀପ କୁମାର ଭୋଇ, ନରେଶ ହରିଜନ, ବିବେକ ରଞ୍ଜନ ନାଗ ସରପଞ୍ଚ ସମେତ ପ୍ରମୁଖ ବି ଜେ ଡି କର୍ମକର୍ତ୍ତା ପଦଯାତ୍ରାରେ ସାମିଲ ହୋଇ ସରକାରଙ୍କ ବିକାଶମୂଳକ ଯୋଜନା କାର୍ଯ୍ୟ ସବୁ ପ୍ରଚାର ପ୍ରସାର କରିଥିଲେ।