
ମାଲକାନଗିରି, ରୋଜଗାର କରି ନିଜ ଗୋଡ଼ରେ ଛିଡା ହୋଇ ସ୍ଵାଭିମାନର ସହିତ ବଞ୍ଚିବା ପାଇଁ ସୁନ୍ଦର ସ୍ବପ୍ନ ସମସ୍ତେ ଦେଖନ୍ତି। କିନ୍ତୁ ଯେଉଁ ଯୁବକ ଯୁବତୀ ମାନେ ବେକାର ରହି ଯାଉଛନ୍ତି ସେମାନଙ୍କୁ କର୍ମ ନିଯୁକ୍ତି ଦେବାପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ନିଯୁକ୍ତି ଅନୁଷ୍ଠାନ ମାଧ୍ୟମରେ ଜିଲାରେ ଦକ୍ଷତା ବିକାଶ କେନ୍ଦ୍ର ଦ୍ଵାରା ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ଶିକ୍ଷା ପ୍ରଦାନକାରୀ ସଂସ୍ଥା ଯଥା ଗ୍ରାମ ତରଙ୍ଗ, ଏଡୁ ଜଇନ୍, ଉପାସନା ଏବଂ କୱେସ୍ ର ସହଯୋଗ ମାଧ୍ୟମରେ ସମସ୍ତଙ୍କୁ ରୋଜଗାରକ୍ଷମ କରି ଉଦାହରଣ ସୃଷ୍ଟି କରିପାରିଛି। ଗୋୖଡଗୁଡା ପଞ୍ଚାୟତ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ର ର ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଭୂୟାଁ ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ବି ସେଠି ଯୋଗଦାନ କରି ସମସ୍ତ ଶିକ୍ଷା ଗ୍ରହଣ କରୁଥିବା ଯୁବକ ଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ନିଜର ଦକ୍ଷତା ବୃଦ୍ଧି ବିକାଶରେ ପ୍ରେରଣା ଯୋଗାଇ ଥିଲେ ଏବଂ ଆସନ୍ତାକାଲି ତାମିଲନାଡୁରେ ନୂତନ ଭାବରେ ନିଜର କର୍ମ ନିଯୁକ୍ତିରେ ଯୋଗ ଦେବାକୁ ଯାଉ ଥିବା ସମସ୍ତ ୨୧ ଜଣ ଯୁବକ ଯୁବତୀଙ୍କ ପ୍ରଶଂସା କରିଥିଲେ।