ବଲାଙ୍ଗିର, ସ୍ଥାନୀୟ ଠିକାଦାର ପଡା ସ୍ଥିତ ୧୦୩ ବର୍ଷର ପୃଥ୍ବୀରାଜ ଗୋଶାଳାରେ ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ଭଗବାନ କୃଷ୍ଣଙ୍କ ପିଲା ଦିନରେ ଏହିଦିନ ଠାରୁ ଗାଈ ଚାରଣ ପାଇଁ ନେଇଥିବାରୁ ସେହିଦିନ ଠାରୁ ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଇଥାଏ। ସକାଳ ୯ଟାରୁ ଉତ୍ସବ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଭଗବାନ କୃଷ୍ନଙ୍କ ସହିତ ଗୋ ମାତାଙ୍କ ପୂଜନ ସହିତ ତାଙ୍କୁ ଭକ୍ତ ମାନେ ଖାଦ୍ୟ ଦେଇ ଥିବାବେଳେ ଏହି ଗୋଶାଳାରେ ରହୁଥିବା ଗାଈ ମାନଙ୍କ ବର୍ଷ ତମାମ ସେବା ଯତ୍ନ ପାଇଁ ବର୍ଷର ପ୍ରତ୍ୟେକ ଦିନରେ ପାଣ୍ଠି ସଞ୍ଚୟ କରି ରଖିଥିବା ଅର୍ଥକୁ ଦିଆଯାଇଥାଏ। ଉତ୍ସବ ଉପଲକ୍ଷେ ମହିଳା ମାନଙ୍କ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗିର ମୁନିସିପାଲଟିର ଅଧ୍ୟକ୍ଷ ଲିକା ସାହୁ ଆସି ଯୋଗଦେଇ କୃତୀ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପୂର୍ଣିମା ଜୈନ, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଲତା ସାହୁ ଓ କୃତ୍ତିକା ଅଗ୍ରୱାଲ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ସୁନିତା ଅଗ୍ରୱାଲଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସାନ୍ତ୍ଵନା ପୁରସ୍କାର ସାକ୍ଷୀ ଓ ଜ୍ୟୋତ୍ସ୍ନା ସୋନି ପାଇଥିଲେ। ଗୋପାଷ୍ଟମୀ ଉତ୍ସବ ପାଳନରେ ମହିଳା ମାନଙ୍କ ଦ୍ଵାରା ପ୍ରତିଯୋଗିତା ଆୟୋଜନ କରଯାଇଥିଲା। ଗୋସେବା ପାଇଁ ଅନୁଷ୍ଠିତ ତୁଳା ଦାନରେ ୨୫ ରୁ ଅଧିକ ଶ୍ରଦ୍ଧାଳୁ ତୁଳାରେ ଓଜନ ହେବା ସହିତ କିଲୋ ହିସାବରେ ଅର୍ଥ ଦାନ କରିଥିଲେ। ଏଥିରେ ନଗର ପାଳ ମଧ୍ୟ ଦେବା ସହିତ ଗୋସେବା କରି ପୁଣ୍ଯ ଅର୍ଜନ କରିଥିଲେ।
ଗୋଶାଳାର ସଭାପତି ନରେନ୍ଦ୍ର ଜୈନ, ସମ୍ପାଦକ ପ୍ରଫୁଲ୍ଲ ଜୈନ, ପରିଚାଳକ ଜୟପାଲ ଅଗ୍ରୱାଲଙ୍କ ସମେତ ବରିଷ୍ଠ ସଦସ୍ଯ ଓମପ୍ରକାଶ କାଉଁଣ୍ଟିଂଆ, ଆଶିଷ ଚୌଧୁରୀ, ଗୁଗୁନ୍ ରାମ ଅଗ୍ରୱାଲ, ରବି ଅଗ୍ରୱାଲ ଓ ସନ୍ତୋଷ ମୋଦୀ ବିଭିନ୍ନ ଦାୟିତ୍ଵ ନେଇ ବର୍ଷ ତମାମ ଗୋଶାଳା ପରିଚାଳନା, ଗୋରୁ ମାନଙ୍କ ପ୍ରତି ଯତ୍ନବାନ୍ ହେଉଥିବା ସହିତ ବିଭିନ୍ନ କାମ କରିଥାନ୍ତି। ସଭାପତି ଜୈନ କହିବା ଅନୁସାରେ ଗୋଶାଳାରେ ଥିବା ଗୋରୁ ବ୍ୟତୀତ ୨୦୦ରୁ ଅଧିକ ଦୁର୍ଘଟଣାଗ୍ରସ୍ତ ରୁଗଣ ଗୋରୁ ଗାଈ ଗୋରୁଙ୍କ ସେବା ପାଇଁ ଗୋଶାଳା ଭିତରେ ସ୍ଥାନ କରାଯାଇଛି। ବଜରଙ୍ଗ ଦଳର ସଦସ୍ଯ ମାନେ ମଧ୍ୟ ଏଥିରେ ସକ୍ରିୟ କାର୍ଯ୍ୟ କରିଥାନ୍ତି।