ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ନୂଆଁଗଡ଼ କୁରେଇଶୁଣୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଗତକାଲି ରାତିରେ ଦୁର୍ବୃତ ମାନେ ମନ୍ଦିରରେ ପଶି ହୁଣ୍ଡିକୁ ବାହାର କରି ନେବାକୁ ଉଦ୍ୟମ କରୁଥିବା ବେଳେ ନିକଟରେ ଥିବା କୋଠ ଘରେ ଶୋଇଥିବା ଗ୍ରାମର ମଙ୍ଗୁଳୁ ଦଳାଇ ଏହା ଜାଣିପାରି ଚିତ୍କାର କରିବାରୁ ଦୁର୍ବୃତ ମାନେ ସେଠାରୁ ଚମ୍ପଟ୍ ମାରିଥିଲେ । ଖବର ପାଇ ଆଜି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
Related Stories
November 23, 2024