କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀମନ୍ଦିରର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି ପୁରୀ ଆଇନ୍ ଯୁବ ଅଧିବକ୍ତା ମଞ୍ଚ। ଶ୍ରୀମନ୍ଦିର ରକ୍ଷଣା ବେକ୍ଷଣ ଦାୟିତ୍ଵ ନେବା ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏ. ଏସ୍. ଆଇ ୧୯୭୫ ମସିହାରୁ ଚୁକ୍ତି ପତ୍ର ସ୍ବାକ୍ଷର କରିଛି | କିନ୍ତୁ ଦେଖାଯାଉଛି ଯେ ଚୁକ୍ତି ପତ୍ର ସ୍ବାକ୍ଷର ହେବାପରଠାରୁ ଏ. ଏସ୍. ଆଇ ଶ୍ରୀମନ୍ଦିରର ସୁରକ୍ଷା ରେ କ୍ରମାଗତ ଅବହେଳା କରିଚାଲିଛି । ମୂଳ ମନ୍ଦିର ଓ ଗର୍ଭ ଗୃହ ଭିତରୁ ବାରମ୍ବାର ପଥର ଖସିବା ଚୂନ ପ୍ଲାଷ୍ଟର ଖସିବା ର ଦୃଷ୍ଟାନ୍ତ ରହିଛି କିନ୍ତୁ ଏ. ଏସ୍. ଆଇ ଏହାର କୌଣସି ଦାୟିତ୍ଵ ନେଉ ନାହିଁ ନିକଟରେ ଏକ ପଥର ଖସିଥିଲେ ମଧ୍ୟ ଏହା କେଉଁଠାରୁ ଖସିଛି, କିପରି ଖସିଛି ଓ ଏହାର ଓଜନ କେତେ ସେ ବିଷୟରେ କୌଣସି ଅନୁଧ୍ୟାନ ନ କରି ଏହା ମାଙ୍କଡ ଡେଇଁ ଥିବାରୁ ହୋଇଥାଇପାରେ ବୋଲି ଦାୟିତ୍ଵହୀନ ମନ୍ତବ୍ୟ ଦେଇଛି ଯାହାକି ଗ୍ରହଣୀୟ ନୁହେଁ । ଏ ସବୁକୁ ବିରୋଧ କରି ଆଜି ଯୁବ ଅଧିବକ୍ତା ମଞ୍ଚ ପକ୍ଷ ରୁ ଏକ ସ୍ମାରକ ପତ୍ର ଏ. ଏସ୍. ଆଇ ଅଧିକାରୀଙ୍କୁ ଦିଆଯାଇଛି ।
ଶ୍ରୀମନ୍ଦିର ଏକ ଐତିହାସିକ ସ୍ଥଳି ଓ ଏହା ମହାପ୍ରଭୁଙ୍କ ବିଜେସ୍ଥଳି ଲକ୍ଷ ଲକ୍ଷ ଭକ୍ତ ଙ୍କ ଭାବାବେଗ ଏଥିରେ ଜଡ଼ିତ ରହିଛି ତେଣୁ ଶ୍ରୀମନ୍ଦିରରେ ପଥର ଖସି କୌଣସି ଅଘଟଣ ଘଟେ କିମ୍ବା ଶ୍ରୀମନ୍ଦିରର କୌଣସି କ୍ଷୟକ୍ଷତି ହୁଏ ଏଥିପାଇଁ କିଏ ଦାୟୀ ରହିବେ ବୋଲି ଅଧିବକ୍ତ ସଂଘର ଆବାହକ ଅନିଲ କୁମାର ସାହୁ ପ୍ରଶ୍ନ ଉଠାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ସଭାପତି ବିଶ୍ବଜିତ ପ୍ରଧାନ , ସୁଭାସିସ ମହାନ୍ତି , ଦେବାଶିଷ ଦାସ , ସୁରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
Related Stories
November 23, 2024