
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଗୋବର୍ଦ୍ଧନପୀଠରେ ଗୋପାଷ୍ଟମୀ ଅବସରରେ ଗୋ ପୂଜନ ନିତି ମହାସମାରୋରେ ପାଳିତ ହୋଇଯାଇଛି। ପ୍ରାରମ୍ଭ ରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ଗୋବର୍ଦ୍ଧନ ପୀଠ ଗୋଶାଳା ପରିସରରେ ହୋମ ଯଜ୍ଞ କରାଯାଇଥିଲା। ହୋମ ଯଜ୍ଞ ପରେ କୀର୍ତ୍ତନ ମଣ୍ଡଳି ଙ୍କ ପରିବେଷଣ ରେ ଗୋମାତା ଙ୍କୁ ହଳଦୀ, ଚନ୍ଦନ, ଫୁଲ ଆଦି ନୈବେଦ୍ୟ ପ୍ରଦାନ କରାଯାଇ ଗୋମାତା ଙ୍କୁ ପୂଜା କରଯାଇଥିଲା। ପରିଶେଷରେ ଗୋମାତା ଙ୍କୁ ଗୋପିଣ୍ଡୁଳା , ଗୋଖାଦ୍ୟ ଓ ଫଳାହାର ଦେଇ ଆରତି କରାଯାଇ ଗୋମାତାଙ୍କ ଆଶୀର୍ବାଦ ଅନ୍ତେବାସୀ ମାନେ ଭିକ୍ଷା କରିଥିଲେ।