କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଅର୍ବାନ୍ କୋ ଅପରେଟିଭ ବ୍ଯାଙ୍କରେ ବ୍ୟାପକ ଦୁର୍ନୀତି ଓ ୯ଦଫା ଦାବି ନେଇ ନିର୍ଦେଶକ ସର୍ବଶ୍ରୀ ପ୍ରତାପ ମହାନ୍ତି, ଡଃ ପ୍ରଧାନ ଧୀରେନ୍ ରାୟ, ଉମାକାନ୍ତ ନାୟକ, ରବି ନାରାୟଣ ଦାଶ, ବୃନ୍ଦାବନ ବେହେରା, ଅନିଲ କୁମାର ସାହୁ ଓ ଉପ ସଭାନେତ୍ରୀ ମମତାରାଣୀ ସାହୁ ପୁରୀ ଜିଲ୍ଲା ସମବାୟ ସମିତି ସମୁହ ଉପ ନିବନ୍ଧକଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ନିର୍ଦ୍ଦେଶକ ମାନେ ଦାବି କରିଛନ୍ତି ୧୫ଦିନ ମଧ୍ୟରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନହେଲେ ଅଗଣତାନ୍ତ୍ରିକ ପଦେକ୍ଷପ ନେବାକୁ ବାଧ୍ୟ ହେବେ l ଦାବି ଗୁଡିକ ଯଥା – ୧- ବ୍ଯାଙ୍କ ରିଜୋଲେସନ ଖାତାରେ ବେଆଇନ ଭାବେ ଆଗୁଆ ଦସ୍ତଖତ ନେଇ ଦୃଢୀକରଣ କରାଇବା ପ୍ରକ୍ରିୟା କୁ ବିରୋଧ, ୨ – ଚକାଡ଼ୋଳା ଡେଲି ଡିପୋଜିଟ ସ୍କିମରେ ବ୍ୟାପକ ଅର୍ଥ ଆତ୍ମସାତ୍ ର ତଦନ୍ତ, ୩- ସମ୍ପାଦକଙ୍କ ବେଆଇନ୍ ନିଯୁକ୍ତି କୁ ବିରୋଧ, ବ୍ଯାଙ୍କର ଜମାରାଶିକୁ ଘରୋଇକରଣ ବ୍ଯାଙ୍କରେ ନ ରଖି ଜାତୀୟ କରଣ ବ୍ଯାଙ୍କ ରେ ରଖିବାକୁ ଦାବି ହୋଇଛି l
Related Stories
November 23, 2024