-
ମୂଲ୍ୟ ହ୍ରାସ ନ ହେଲେ ଆମ୍ ଆଦ୍ମୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ-ଆବାହକ ସଞ୍ଜୀବ ମହାନ୍ତି,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ରେଲୱେ ଷ୍ଟେସନ ଅଧୀନରେ ଥିବା ବାଇକ୍/ସାଇକଲ ଷ୍ଟାଣ୍ଡ ରେ ପ୍ରତିଦିନ ହଜାର ହଜାର ବ୍ୟକ୍ତି ନିଜର ବାଇକ୍/ସାଇକଲ ରଖୁଛନ୍ତି । ପୂର୍ବରୁ ଯାହା ୧୨ ଘଣ୍ଟା ପାଇଁ ୬ଟଙ୍କା ଥିଲା ତାହା ଆଜି ଅଚାନକ ୩୬ ଟଙ୍କା ବା ୬ ଗୁଣ ହୋଇଛି । ଯୋଉଥିପାଇଁ ଆଗରୁ ମାସକୁ ୧୮୦ ଟଙ୍କା ଖର୍ଚ୍ଚ ହେଉଥିଲା ତାହା ଆଜି ୧୦୮୦ ଟଙ୍କା ଦେବାକୁ ପଡିବ। । ଏହା ସମସ୍ତଙ୍କ ପାଇଁ ଏକ ବଡ଼ ଆର୍ଥିକ ବୋଝ ହେଉଅଛି ।
ଦିନ ୧୧ଟା ସମୟରେ ଆମ୍ ଆଦ୍ମୀ ପାର୍ଟି ତରଫରୁ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଇଛି । ଯଥାଶୀଘ୍ର ଏହି ଦରକୁ ପୂର୍ବଦର ସହ ସମାନ କରିବାକୁ ସ୍ଲୋଗାନ ଦିଆଯାଇଛି ଯଦି ଏହି ଦାବି ଆସନ୍ତା ୭ ଦିନ ଭିତରେ କାର୍ଯ୍ୟକ୍ଷମ ନକରିବେ ତେବେ ପୁରୀ ବାସୀଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ଏବଂ ଡିଭିଜନାଲ ରେଲୱେ ମ୍ୟାନେଜର ଙ୍କ ଅଫିସ ଘେରାଉ କରାଯିବ ବୋଲି ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି କହିଛନ୍ତି ।
ଆମ୍ ଆଦ୍ମୀ ପାର୍ଟି ତରଫରୁ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି , ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ସୁନିଲ ଜେନା , ସମୀର ସାମନ୍ତରାୟ, ପ୍ରକାଶ ପ୍ରଧାନ , ଯୁବ ସଂଗଠକ ସୁଧାଂଶୁ ଶେଖର , ରଶ୍ମୀରଂଜନ ରାଉତରାୟ ,ଅନିଲ କୁମାର ସେନାପତି , ରାଜେଶ ପଣ୍ଡା ,ଶ୍ରୀମତୀ ପାର୍ବତୀ ପ୍ରଧାନ, ଶ୍ରୀମତୀ ଜୟନ୍ତୀ ଜେନା , ତ୍ରିଲୋଚନ ଦାସ , ରାକେଶ ନନ୍ଦ ଆଦି ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।