ଭବାନୀପାଟଣା, ଆଜି ଭବାନୀପାଟଣା ସଦର ବ୍ଲକ ଜନତା ଉଚ୍ଚ ବିଦ୍ୟାଳୟ ଖେଳପଡିଆ ବୋର୍ଡା ଠାରେ ପ୍ରାଣୀ ସଂପଦ ବିକାଶ ବିଭାଗ କଳାହାଣ୍ଡି ଦ୍ଵାରା ଜିଲ୍ଲା ସ୍ତରୀୟ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଚୈତନ୍ୟ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୋ-ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାପାଳ ପି। ଅନ୍ୱେଷା ରେଡି, ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ସାହୁ, ଭବାନୀପାଟଣା ସଦର ବ୍ଲକ ବିଡ଼ିଓ ପ୍ରୀତା କୁମାର, ବୋର୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରୀନାରାଣୀ ଜାଲ, ବୋରଭାଟ ଗ୍ରାମପଞ୍ଚାୟତ ସରପଞ୍ଚ ବିବେକ ରଞ୍ଜନ ନାଗ, ବିଧାୟକ ପ୍ରତିନିଧି ମନୋଜ ସାହୁ, ଉଦ୍ୟାନ ବିଭାଗର ଅଧିକାରୀ କିଶୋର ମହାଳିଙ୍ଗ, ରିଟାୟାର୍ଡ ଜେଡି ପ୍ରତାପ କୁମାର ଦାସ ପ୍ରମୁଖ ଯୋଗଦେଇ ଗୋ ସୁରକ୍ଷା ଓ ସମାଜ ପ୍ରତି ଗୋରୁଙ୍କ ଅବଦାନ ତଥା ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ଵାନ ଦେବା ସହ ପ୍ରାଣୀ ଧନର ଉନ୍ନତି ସହ ଚାଷୀଙ୍କ ପ୍ରଗତି ବିଷୟରେ ଅବଗତି କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଗୋ ଚାଷୀ ମାନେ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମକୁ କେଦାର ନାଥ ଖମାରୀ ପରିଚଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଜନତା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ପରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିବା ପରେ ଚାଷୀ ମାନଙ୍କ ସୁବିଧା ଅସୁବିଧାକୁ ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା।