ଭୁବନେଶ୍ୱର,ରାଜଧାନୀର ଜନତା ମୈଦାନରେ ମେକ ଇନ ଓଡିଶା ୨୦୨୨ ପାଇଁ ଭୂମି ପୂଜନ କରା ଯାଇଛି । ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ ଆଜି ଶୁଭ ଦିଆ ଯାଇଛି । ।
ଭୁବନେଶ୍ୱରର ଜନତା ମୈଦାନରେ ପ୍ରାରମ୍ଭିକ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ତାଙ୍କ ସହ ଉପସ୍ଥିତ ଥିଲେ ଇଡକୋକ ଜେନେରାଲ୍ ମ୍ୟାନେଜର ଭୁପେନ୍ଦ୍ର ସିଂହ ପୁନିଆ ।
ଉଲ୍ଲେଖନୀୟ ଯେ ସୋମବାର ସଂଧ୍ୟାରେ ମେକ୍ ଇନ ଓଡିଶା କନକ୍ଲେଭ୍ ପୂର୍ବରୁ ସୋମବାର ମେକ୍ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍ ଲଂଚ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମାଧ୍ୟମରେ ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ । । ପାଂଚ ଦିନିଆ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମରେ ୨୦ ଟି ଅଧିବେଶନ ସହିତ ୩ ଟି କନକ୍ଲେଭ ହେବ । କାର୍ଯ୍ୟକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ ।