
କନ୍ଧମାଳ, ଫୁଲବାଣୀ ସାମ୍ବାଦିକ ଭବନ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ଦୁର୍ନୀତି ନିବାରଣ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ନବୀନ କିଶୋର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜାଭିଏର କଲେଜର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର, ଜିଲ୍ଲା ପ୍ରେସ୍ କ୍ଲବ, ଫୁଲବାଣୀର ସମ୍ପାଦକ ପ୍ରଶାନ୍ତ ବେହେରା, ସତ୍ୟସାଇ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ର ଛାତ୍ରୀ, ଯୁବକ ସଂଘର ସଭ୍ୟ ସଭ୍ୟା ଏବଂ ନେହରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଏବଂ ଅନ୍ୟମାନେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଲେ ହିଁ ଦେଶ ତଥା ରାଜ୍ୟ ଦୁର୍ନୀତି ମୁକ୍ତ ହେବ ବୋଲି କହିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭମ ସୁବୁଦ୍ଧି ପବ୍ଲିକ ସ୍କୁଲ ପ୍ରଥମ, ଶଙ୍କର ପାତ୍ର ପୋଲିସ ହାଇସ୍କୁଲ ଦ୍ଵିତୀୟ ଏବଂ ଶ୍ରୀନିବାସ ପାଢ଼ୀ ସରସ୍ବତୀ ଶିଶୁ ମନ୍ଦିର ଫୁଲବାଣୀ ତୃତୀୟ ହୋଇଥିଲେ । ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ଵାଗତ କରିଥିବା ବେଳେ ମେଘାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।