ଭୁବନେଶ୍ୱର – ଓପିଟିସିଏଲ୍ ଦ୍ୱାରା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁର ଠାରେ ଏକ ୧୩୨.୩୩ କେଭି ଗ୍ରୀଡ୍ ସବଷ୍ଟେସନ୍ ର ନିର୍ମାଣ ପାଇଁ ଗତ ୨୦୧୭ ସେପ୍ଟେମ୍ବର ରେ କାର୍ଯ୍ୟାଦେଶ ଦିଆଯାଇଥିଲା । ଆରଓଡବ୍ଲୁ , ଫରେଷ୍ଟ କ୍ଲିୟରାନ୍ସ ଓ ରେଲୱେ କ୍ରସିଂ ଇତ୍ୟାଦି ଅସୁବିଧା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି ।
ବିଧାୟକ କିଶୋର ମହାନ୍ତିଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ ଏହି ଗ୍ରୀଡ୍ ସବଷ୍ଟେସନ୍ ର ନିର୍ମାଣ କାର୍ଯ୍ୟ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆଣ୍ଡ ପ୍ରାକ୍ଟିସେସ୍ ନିୟମ ମାନ ଅନୁଯାୟୀ ତଦାରଖ କରାଯାଇ କାର୍ଯ୍ୟ କରାଯାଉଛି ।