ଭୁବନେଶ୍ୱର – ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ମୁଖ୍ୟମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହିବା ନେଇ ପ୍ରଶ୍ନ କରିବା ସହ ସେ କଣ ପାଇଁ ଗୃହରେ ଅନୁପସ୍ଥିତ ରହିଛନ୍ତି ତାହା ଗୃହକୁ ଜଣାଇବା ଦରକାର । ତାଙ୍କର ସ୍ୱାସ୍ଥ୍ୟ ଖରାପ ଅଛି କି ତାହା ଜଣାଇବା ଦରକାର । ବାଚସ୍ପତି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶାସନ ବୁଝୁଛନ୍ତି । ସେ ବ୍ୟସ୍ତ ରହୁଛନ୍ତି । ତାଙ୍କ ମନ୍ତ୍ରୀ ମାନେ ଏଠାରେ ଉପସ୍ଥିତ ରହିଛନ୍ତି । ତେଣୁ ତାଙ୍କ କଥା ଉଠାନ୍ତୁ ନାହିଁ । ଶ୍ରୀ ସେଠୀ କହିଲେ ଯେ ଯେହେତୁ ସେ ଗୃହର ନେତା । ତାଙ୍କର ଅନୁପସ୍ଥିତି ସମ୍ପର୍କରେ ଜାଣିବାର ତାଙ୍କର ଅଧିକାର ରହିଛି ।
Related Stories
November 24, 2024
November 24, 2024