କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜଳ ଜୀଵନ ମିଶନ ଆନୁକୂଲ୍ୟରେ ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ ଜଳ ପରିମଳ କମିଟି ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ସମ୍ପର୍କୀୟ ଶିବିର ଅନୁଷ୍ଠିତ ହୋଇଯାଇଛି | ବ୍ରହ୍ମଗିରି ବ୍ଲକର ବିଭିନ୍ନ ପଞ୍ଚାୟତରୁ କମିଟିର ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପ୍ରମୁଖ ଯୋଗଦେଇଥିଲେ |
ଜଳଜୀବନ ମିଶନ ଦ୍ୱାରା ପ୍ରତି ଗ୍ରାମର ଗ୍ରାମ୍ୟ ଜଳ ପରିମଳ କମିଟି ଗଠନ କରାଯାଇଛି |ପ୍ରତି ଘରକୁ ପାଇପ ପାଣି ଯୋଜନା ଅଧିନରେ ଗାଁ ଲୋକ ମାନଙ୍କୁ ପ୍ରମୁଖ ଭୂମିକା ନେବାପାଇଁ ଉତ୍ସାହିତ କରାଯାଇଛି |ଓଡିଶା ସରକାରଙ୍କ ଉଦ୍ୟମରେ ଏହି ମେଗା ପ୍ରକଳ୍ପକୁ ପ୍ରତି ଗ୍ରାମରେ ପରିଚାଳନା କରିବା ପାଇଁ ଗ୍ରାମ୍ୟ ଜଳ ପରିମଳ କମିଟି ଗଠନ କରାଯାଇଛି |
ଗୋପୀନାଥ ଯୁବକ ସଙ୍ଘର ପ୍ରୟାସରେ ବ୍ରହ୍ମଗିରି ବ୍ଲକର ୪୨ ଟି ଗ୍ରାମର ଗ୍ରାମ ଜଳ ପରିମଳ କମିଟିର କର୍ମକର୍ତ୍ତା ଉପସ୍ଥିତ ହୋଇ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ |କାର୍ଯ୍ୟକ୍ରମ ରେ ଆମ୍ବପଡା ସରପଞ୍ଚ ସୁଜାତା ନାୟକ,ମଣିପଡା ସରପଞ୍ଚ ଗୀତାଞ୍ଜଳି,କଦାଚିତ ସରପଞ୍ଚ ସ୍ଵର୍ଣ୍ଣଲତା ବେହେରା ଉପସ୍ଥିତ ଥିଲେ |
ଏହି ଶିବିର ସଂଗଠିକା ସଂଯୁକ୍ତା ସ୍ୱାଇଁ, ପୂର୍ଣ୍ଣିମା ଦଳାଇ,ଗୀତାରାଣୀ କାଣ୍ଡି, ଶୁଭଲକ୍ଷ୍ମୀ ମହାପାତ୍ର,ହେମନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ଗୋପୀନାଥ ଯୁବକ ସଙ୍ଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ ସଭାକାର୍ଯ୍ୟ ପରିଚାଳନା କରିବା ସହିତ ବିବରଣୀ ଉପସ୍ଥାପନା କରିଥିଲେ |ପରିଶେଷରେ ବ୍ଲକ ସଂଯୋଜକ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ |