
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୁରୀ ପୌରସଂସ୍ଥା ଅନ୍ତର୍ଗତ ୱାର୍ଡ ନଂ ୨୨ ସ୍ଥିତ କୁମ୍ଭାରପଡା ଆଞ୍ଚଳିକ ମହିଳା ମହାସଂଘ ତରଫରୁ ଆୟୋଜିତ ଏକତା ଦିବସ ଅବସରରେ ଏକ ଶୋଭାଯାତ୍ରା | କୁମ୍ଭାରପଡା ଯାଇଗଡ଼ ଜାଗା ଠାରୁ ବାହାରି ସାହିର ର ପରିକ୍ରମା କରି ବଡ଼ଦାଣ୍ଡ ଦେଇ ରାଣୀସତୀ ଭବନ ଠାରେ ପହଁଚିଥିଲା ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସାହିର ବୟୋଜ୍ୟେଷ୍ଠ ବ୍ୟକ୍ତି ପର୍ଶୁରାମ ପ୍ରଧାନ, କେଶବ ଦାସ, ନୁରି ବିଶୋଇ , ଦୈତାରୀ ବାରିକ, ନାରାୟଣ ଦକ୍ଷିଣରାଏ, ସଇଦ ଖାଁ, ରାଜକିଶୋର ତ୍ରିପାଠୀ, ଚନ୍ଦ୍ରଶେଖର ରଥଙ୍କୁ ସଂମ୍ମାନୀତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପୂର୍ବତନ ପୋୖର ସଦସ୍ୟ ସୁଦର୍ଶନ ସାହୁ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ କୁ ମାମିନା ସିହ୍ନା, ସଂଯୁକ୍ତା ସ୍ୱାଇଁ, ଜ୍ୟୋସ୍ନା ମହାନ୍ତି, ପୂର୍ଣ୍ଣିମା ସାହୁ, ସଂଗୀତା ମିଶ୍ର, ବସନ୍ତ କୁମାର ମହାନ୍ତି, ଭାନୁମତୀ ସ୍ୱାଇଁ, ଦାଶରଥି ମହାନ୍ତି, ହେମନ୍ତ କୁମାର ମହାନ୍ତି, ବିକ୍ରମ ବରାଳ, ବୁବୁନା ବାରିକ ପ୍ରମୁଖ ପରିଚାଳନା କରିଥିଲେ।