କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ରାଷ୍ଟ୍ରୀୟ ଏକତା ଦିବସ ଏହି ଅବସରରେ ପୁରୀ କୁମ୍ଭାରପଡା ର ଛାତ୍ର ଜାବିର୍ ଖାଁ ଧାନରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ଏକ ଫୋଟୋ ଚିତ୍ର ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ଶିଳ୍ପୀଙ୍କୁ ସମୁଦାୟ ୬ ଘଣ୍ଟା ସମୟ ଲାଗିଥିବା ବେଳେ ଫୋଟୋ ଚିତ୍ରରେ ସମୁଦାୟ 531ଟି ଧାନ ବ୍ୟବହାର ହୋଇଛି।
ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ଦେଶିୟ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ନିମିତ୍ତ ତାଙ୍କୁ “ଲୌହ ମାନବ” ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ।