ଭୁୁବନେଶ୍ୱର, ଧାମନଗର ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା ବଂଟ।। ଯାଉଥିବା ଅଭିଯୋଗରେ ବିଜେପି ପକ୍ଷରୁ ସୋମବାର ଦିନ ଭଦ୍ରକ ଏସପିଙ୍କ ଅଫିସ ଆଗରେ ଧାରଣା ଦିଆ ଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ବିଜେପି ପକ୍ଷରୁ କୁହା ଯାଇଛି ଯେ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପ୍ରତିବାଦରେ ବିଜେପିର ଧାରଣା ଦିଆ ଯାଇଛି । ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା ବଂଟା ଯାଉଥିବା ଅଭିଯୋଗ କରିବା ସହ ବିେଜେପି ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦାବି କରିଛି ।