ଭୁବନେଶ୍ୱର, ୩୧ ଅକ୍ଟୋବର –ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଠାରୁ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ରାଜ୍ୟ ପ୍ରଭାରୀ ତଥା ସାଂସଦ ଚେଲା କୁମାର, ଏଆଇସିସି ସଚିବ ରୁଦ୍ର ରାଜୁ ପ୍ରମୁଖ ସାମିଲ ହୋଇଛନ୍ତି ।
ଉଲ୍ଲେଖନୀୟ ଯେ ଏହି ଭାରତ ଯୋଡ଼ ଯାତ୍ରା ଓଡ଼ିଶାରେ ୨୭ ଟି ଜିଲ୍ଲା, ୧୯ ସଂସଦୀୟ କ୍ଷେତ୍ର, ୨୨୫୦ କି.ମି. ରାସ୍ତାକୁ ପ୍ରାୟ ୧୦୦ ଦିନରେ ଅତିକ୍ରମ କରିବ । ଏହି ଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ଛାମୁଆ ସଂଗଠନ, ଜିଲ୍ଲା କଂଗ୍ରେସ ସଭାପତି, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ବେକାର ଯୁବକ ଯୁବତୀ, ମହିଳା, ଛାତ୍ର ଛାତ୍ରୀ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିବେ । ଓଡ଼ିଶାରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ସ୍ଥିତିର ବୈପ୍ଳବିକ ପରିବର୍ତନ ପାଇଁ ଏହି “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା” ଉଦ୍ଦିଷ୍ଟ ।