
-
୪ ଟି ସ୍ୱତନ୍ତ୍ର ଅପରେସନ୍ ପୁରସ୍କୃତ
ନୂଆଦିଲ୍ଲୀ ,୨୦୨୨ ବର୍ଷ ପାଇଁ ୪ ଟି ସ୍ୱତନ୍ତ୍ର ଅପରେସନ୍ କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପେଶିଆଲ୍ ଅପରେସନ୍ ମେଡାଲ” ମିଳିଛି । ଏହି ପଦକ ବ୍ୟବସ୍ଥାକୁ ୨୦୧୮ ରେ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ସ୍ତରର ଯୋଜନା, ଦେଶ / ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳର ସୁରକ୍ଷା ପାଇଁ ମହତ୍ୱପୂର୍ଣ୍ଣ ବିଷୟ ଏବଂ ସମାଜର ବୃହତ ବିଭାଗର ସୁରକ୍ଷା ଉପରେ କରାଯାଉଥିବା କାର୍ଯ୍ୟ ଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବା । ଆତଙ୍କବାଦ ମୁକାବିଲା, ସୀମା ସୁରକ୍ଷା, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ, ନିଶା କାରବାର ରୋକିବା ଏବଂ ଉଦ୍ଧାର କାର୍ଯ୍ୟ ଭଳି କ୍ଷେତ୍ରରେ ସ୍ୱତନ୍ତ୍ର ଅପରେସନ୍ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ପ୍ରତିବର୍ଷ ଅକ୍ଟୋବର ୩୧ ରେ ଏହା ଘୋଷଣା କରାଯାଏ । ଗୋଟିଏ ବର୍ଷରେ, ସାଧାରଣତଃ ୩ ଟି ପୁରସ୍କାର ପାଇଁ ବିବେଚନା କରାଯାଇଥାଏ ଏବଂ ଅସାଧାରଣ ପରିସ୍ଥିତିରେ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ପୋଲିସକୁ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ୫ ଟି ସ୍ୱତନ୍ତ୍ର ଅପରେସନ୍ ପାଇଁ ପ୍ରଦାନ କରାଯାଇପାରେ ।