ଭଦ୍ରକ/ଭୁବନେଶ୍ୱର, ଧାମନଗର ଉପନିର୍ବାଚନ ଚାଲିଥିବା ବେଳେ ଏଠାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଶାସକ ଦଳର ଚାମଚା ଭଳି ବ୍ୟବହାର କରୁଛନ୍ତି । ଗତକାଲି ଆଲିଗାଁରେ ଧାମନଗର ଥାନାର ପୋଲିସ ସହାୟତାରେ ବିଜୁ ଜନତା ଦଳର ଜଣେ ସରପଂଚଙ୍କ ସ୍ୱାମୀ, ଦିଅର ଓ ଆଉ ଜଣେ ଜିଲ୍ଲା ବାହାରର ବିଜେଡି କର୍ମୀ ଟଙ୍କା ବାଂଟୁଥିଲେ । ଘଟଣାରେ ଏପର୍ଯର୍୍ୟନ୍ତ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀଣି ମୋନାଲିସା ପ୍ରଧାନଙ୍କ ବିରୋଧରେ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସାଧାରଣ ଲୋକେ ଯେଉଁ ଲୋକକୁ ଶାସକ ଦଳ ପାଇଁ ଟଙ୍କା ବାଂଟିବା ବେଳେ ଧରିଥିଲେ ତାକୁ ମଧ୍ୟ ପୋଲିସ ଗିରଫ କରିନାହିଁ । ସେହିଭଳି ଧୁସୁରି, ତିହିଡି ଭଳି ଅଂଚଳରେ ମଧ୍ୟ ପୋଲିସ ଗାଡିରେ ବିଜୁ ଜନତା ଦଳ ଅର୍ଥ କାରବାର କରୁଛି ବୋଲି ଅଭିଯୋଗ ଆସୁଛି । ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲା ପୋଲିସର ଭୂମିକା ଶାସକ ଦଳକୁ ସୁହାଇଲା ଭଳି । ନିର୍ବାଚନ ପରିଚାଳନାରେ ନିରପକ୍ଷତା ଅବଲମ୍ବନ କରିବା ବଦଳରେ ସେମାନେ ଶାସକ ଦଳର କର୍ମୀ ଭଳି ବ୍ୟବହାର କରୁଛନ୍ତି । ଏହି ପ୍ରସଙ୍ଗରେ ସୋମବାର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ସତ୍ୟାଗ୍ରହ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ଆଗରେ ହୋଇଥିଲା ।
ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ଦଳ ପକ୍ଷ୍ୟରୁ ଟଙ୍କା ବଂଟା ଯିବା, ଲୋକମାନଙ୍କୁ ଧମକ ଦିଆଯିବାର ଘଟଣା ସେତେ ଅଧିକ ଦେଖାଯାଉଛି । ହେଲେ ପୋଲିସ ଯଦି ନିରପକ୍ଷ ନରହିବ ତାହେଲେ ଧାମନଗରରେ ଲୋକମାନେ ନିର୍ଭୟ ଭାବରେ ଭୋଟ ଦେଇ ପାରିବେ ନାହିଁ । ତେଣି ଜିଲ୍ଲା ଏସପି ନିଜର ସାମ୍ବିଧାନିକ ଦାୟୀତ୍ୱକୁ ନିର୍ବାହ କରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି ଜଣାଇଛନ୍ତି ।
ଏହି ସତ୍ୟାଗ୍ରହରେ ପୁର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ସନାତନ ବିଜୁଳି, ନବ ମାଝି, ପ୍ରକାଶ ସୋରେନ, ଭାସ୍କର ମଢେଇ, ସମ୍ପାଦକ କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠି, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଠାକୁର ରଣଜିତ ଦାସ, ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ, ପ୍ରଦିପ୍ତ ନାୟକ, ବଦ୍ରି ଧଳ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।