
ଭୁବନେଶ୍ୱର , ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ଦପ୍ତରରେ ସୋମବାର ପୂର୍ବାହ୍ନରେ ସମସ୍ତ କର୍ମଚାରୀଙ୍କୁ ନେଇ ସାଧୁତାର ଶପଥ ପାଠ କରାଯାଇଛି । ଭିଜିଲାନ୍ସ ସପ୍ତାହ ପାଳନର ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ କରାଯାଇ କର୍ମଚାରୀମାନଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନ ଅନୁପାଳନ ଉପରେ ଅବଗତ କରାଯାଇଛି । ବିଭାଗର ବରିଷ୍ଠ ଅଧିକାରୀ ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ରାଜେନ୍ଦ୍ର ନାରାୟଣ ଜେନା ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଶପଥ ପାଠ କରାଇଥିଲେ ।
ପରେ ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ସୃଷ୍ଟି ପାଇଁ ଶପଥ ପାଠ କରାଯାଇଥିଲା । ଏହାକୁ ଅନ୍ୟତମ ବରିଷ୍ଠ ଅଧିକାରୀ ତଥା ଯୁଗ୍ମ ସଚିବ ଉମାକାନ୍ତ ମିଶ୍ର ପରିଚାଳନା କରିଥିଲେ । ଏହି ଅବସରରେ ଯୁଗ୍ମ ସଚିବ ଶୈଳେନ୍ଦ୍ର ନାରାୟଣ ନାୟକ, ଅନୁସଚିବ କେଶବ ଚନ୍ଦ୍ର ସାହୁ, ପ୍ରଭାତ କୁମାର ବେହେରା, ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ସମେତ ବିଭାଗୀୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।