ଭୁବନେଶ୍ଵର,ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି (ଦୃଶ୍ୟମାନ ଦୂରତା ୨୦୦ ମିଟର) ଅନୁଭୂତ ହୋଇଥିବା ବେଳେ ଭବାନୀପାଟଣାରେ ହାଲୁକା କୁହୁଡ଼ି (୫୦୦ ମିଟର) ଏବଂ ପାରଳାଖେମୁଣ୍ଡିରେ ଦୃଶ୍ୟମାନ ଦୂରତା ୬୦୦ ମିଟର ତଥା ହାଲୁକା କୁହୁଡ଼ି ଅନୁଭୂତ ହୋଇଛି ।
ସେହିପରି ରାଜ୍ୟର ୯ଟି ସ୍ଥାନରେ ରାତ୍ରି ତାପମାତ୍ରା ୨୧ ଡ଼ିଗ୍ରୀ ତଳେ ରହିଛି । କୋରାପୁଟ ଜିଲ୍ଲାର ସିମିଳିଗୁଡାରେ ୧୧.୪ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୧.୫ ଡ଼ିଗ୍ରୀ, କୋରାପୁଟରେ ୧୧.୬ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୧୨ ଡ଼ିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ୧୩.୫ ଡ଼ିଗ୍ରୀ, ସୋନପୁରରେ୧୪.୨ ଡ଼ିଗ୍ରୀ ଏବଂ ଭବାନୀପାଟଣାରେ ତାପମାତ୍ରା ୧୪.୮ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।
ସେହିପରି ଟ୍ଵିନ ସିଟି ଭୁବନେଶ୍ଵର ଓ କଟକରେ ଯଥାକ୍ରମେ ୧୯.୪ ଡ଼ିଗ୍ରୀ ଏବଂ ୨୦ ଡ଼ିଗ୍ରୀ ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।