ଭୁବନେଶ୍ୱର ,ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ହାଇକୋର୍ଟରେ ସତ୍ୟାପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଭିତିଭୂମି ବିକାଶ କରାଯାଉଥିବା ସତ୍ୟପାଠରେ ଜଣାଇଛନ୍ତି । ଏହାସହ ନମ୍ବର ପ୍ଲେଟ୍ ଲଗାଇବାକୁ ୧ ମାସ ସମୟ ସୀମା ଘୁଂଚାଯାଇଥିବା ମଧ୍ୟ ସତ୍ୟପାଠରେ ଜଣାଇଛନ୍ତି ରାଜ୍ୟ ସରକାର । ଆସନ୍ତା ନଭେମ୍ବର ୨୮ରେ ମାମଲାର ପରବର୍ତୀ ଶୁଣାଣି ହେବ ।
ସୂଚନାଯୋଗ୍ୟ ଯେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ କିଣିଥିବା ଗାଡ଼ି ମାଲିକମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ନିର୍ଦ୍ଦେଶ ଦେଇଥିଲା ପରିବହନ ବିଭାଗ । ମାତ୍ର ଭିତିଭୂମି ନଥାଇ ଏଭଳି ନିର୍ଦ୍ଦେଶ ଦେଇଥିବାରୁ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ପ୍ରଥମେ ମାସେ ବୃଦ୍ଧି କରିଥିଲେ । ଏହାପରେ ଗତ ୨୯ ତାରିଖରେ ଆଉ ମାସେ ପାଇଁ ଅବଧି ବୃଦ୍ଧି କରାଯାଇଥିଲା ।