-
ଚନ୍ଦ୍ର ଗ୍ରହଣରେ ନୀତି ନିର୍ଧାରଣ କୁ ନେଇ ଶ୍ରୀମନ୍ଦିରରେ ବିବାଦ
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବଦଳିବ ଶ୍ରୀମନ୍ଦିର ନୀତିକାନ୍ତି । ମନ୍ଦିର ପ୍ରଶାସନ ନିଜ ଭୁଲ ସ୍ୱିକାର କରିବା ସହ ଚନ୍ଦ୍ରଗହଣରେ ନୀତିକାନ୍ତି ପରିବର୍ତନ କରିବା ନେଇ ସ୍ପଷ୍ଟ ହୋଇଛି । ଚନ୍ଦ୍ରଗ୍ରହଣରେ ନୀତିକାନ୍ତି ପରିବର୍ତନ ହେବା ନେଇ ସୂଚନା ମିଳିଛି । ଆସନ୍ତା ଅକ୍ଟୋବର ୮ ତାରିଖରେ କାର୍ତ୍ତିକ ପୂଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସେଦିନ ପାକତ୍ୟାଗ, ଦେବନୀତି ନିଷେଧ ହେବ । ହେଲେ କେଉଁ ସମୟରେ ନୀତିକାନ୍ତି ହେବ ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ସେହିଦିନ ସକାଳ ୮ଟା ୨୨ ମିନିଟ୍ ସମୟରେ ପାକତ୍ୟାଗ ଏବଂ ଦେବନୀତି ନିଷେଧ ନେଇ ଶ୍ରୀମନ୍ଦିର ପ୍ରଶାସନର ଚୁଡାନ୍ତ ନୀତିକାନ୍ତିରେ ଉଲ୍ଲେଖ ରହିଥିବା ବେଳେ ଜ୍ୟୋର୍ତିବିଦ୍ୟମାନେ ସୂର୍ଯ୍ୟୋଦୟ ଠାରୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଯୁକ୍ତି ବାଢିଛନ୍ତିି । ବିବାଦ ବଢିବା ପରେ ମନ୍ଦିର ପ୍ରାଶାସନ ନିଜ ଭୁଲ ସୁଧାରି ନୀତିକାନ୍ତିରେ ପରିବର୍ତନ କରିବାକୁ ଯାଉଛି । ଏନେଇ ବିସ୍ତୃତ ଆଲୋଚନା ପାଇଁ ନଭେମ୍ବର ମାସ ପ୍ରଥମ ସପ୍ତାହରେ ନୀତି ସବ୍ କମିଟି ଏବଂ ଛତିଶାନିଯୋଗ ବୈଠକ ଡକାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଏତେ ବଡ ଭୁଲକୁ ସବୁ ମହଲରେ ସମାଲୋଚନା କରାଯାଉଛି ।