
ଜ଼ିଲ୍ଲା ପ୍ରସାଶନ ଆକ୍ସନ ଏଡ଼, ୟୁନିସେଫ ,ନେହେରୁ ଯୁବ କେନ୍ଦ୍ର ଓ ସମ୍ପର୍କର ମିଳିତ ସହଯୋଗରେ ଜ଼ିଲ୍ଲା ସ୍ତରୀୟ କିଶୋର, କିଶୋରୀ , ଛାତ୍ର, ଛାତ୍ରୀ, ମାନଙ୍କର ଦକ୍ଷତା ବିକାଶ ଯୋଜନାରେ ସଂଯୋଗୀକାରଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରବେଶ କରିବା ପାଇଁ ନିଜକୁ କିପରି ପ୍ରସ୍ତୁତ କରିବେ, ନିଜ ଜୀବନର ଲକ୍ଷ ପଥରେ ଆଗକୁ ବଢିବେ ଓ ସ୍ଥିର କରିବେ , ସେ ସମ୍ପର୍କରେ ଏକ କର୍ମଶାଳା ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇ ଯାଇଛି |ଜ଼ିଲ୍ଲା ବାଲ୍ୟ ବିବାହ ନିରୋଧୀ ସଂଯୋଜିକା ସୁମିତା ଘୋଷ, ଆକ୍ସନ ଏଡ଼, ୟୁନିସେଫ,ଜ଼ିଲ୍ଲା ପ୍ରଶାସନ, ନେହେରୁ ଯୁବ କେନ୍ଦ୍ର ଓ ସମ୍ପର୍କ ଅନୁଷ୍ଠାନର ମିଳିତ ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ |
ଏହି କାର୍ଯ୍ୟକର୍ମକୁ ଅତିରିକ୍ତ ଜ଼ିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାଶ ଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ |ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଚିନ୍ମୟ ରଥ ,ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ,ଓଡିଶା ଜୀବିକା ମିଶନ ର ଜ଼ିଲ୍ଲା ପ୍ରକଳ୍ପ ପରିଚାଳକ ବନଜକାନ୍ତ ମାହାରୀ , ଜ଼ିଲ୍ଲା ଦକ୍ଷତା ସଂଯୋଜକ ପ୍ରିୟଦର୍ଶନ ଜେନା,ଡ଼କ୍ଟର ପ୍ରଭାତ କୁମାର ଷଡ଼ଙ୍ଗୀ, ଶ୍ରୀ ରତ୍ନାକର ପାଣିଗ୍ରାହୀ, ଶ୍ରୀ ଦେବେନ୍ଦ୍ର ରଥ, ନେହେରୁ ଯୁବ କେନ୍ଦ୍ରର ଜ଼ିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ, ସମ୍ପର୍କ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟ କର୍ମରେ ପୁରୀ ଜ଼ିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରୁ ୧୦୦ ରୁ ଅଧିକ କିଶୋର କିଶୋରୀ, ଛାତ୍ର, ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ |ଏହି ଅବସରରେ ଡ଼କ୍ଟର ପ୍ରଭାତ କୁମାର ଷଡ଼ଙ୍ଗୀ , ଶ୍ରୀ ରତ୍ନାକର ପାଣିଗ୍ରାହୀ , ଶ୍ରୀ ଦେବେନ୍ଦ୍ର ରଥ, ପ୍ରିୟଦର୍ଶନ ଜେନା, ରିସୋର୍ସ ପରସନ ଭାବରେ ଅଂଶ ଗ୍ରହଣ କରି କିଶୋରୀ କିଶୋର , ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ |କଣ କଣ ଦକ୍ଷତା ,ଜୀବିକା କଣ ରହିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଓ କିଶୋର କିଶୋରୀ ମାନଙ୍କର ମନରେ ଥିବା ପ୍ରଶ୍ନକୁ ସମାଧାନ କରିଥିଲେ | ସମ୍ପର୍କ ର ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |
ଏହି କାର୍ଯ୍ୟକର୍ମକୁ ଜ଼ିଲ୍ଲା ପ୍ରଶାସନ ର ବାଲ୍ୟ ବିବାହ ନିରୋଧୀ ସଂଯୋଜିକା ସୁମିତା ରାଣୀ ଘୋଷ ଓ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଶ୍ରୀ ଜୟଶଙ୍କର ଯୋଶୀ ପରିଚାଳନା କରିଥିଲେ |କୃଷ୍ଣ ଚନ୍ଦ୍ର ସାହୁ, ବାସୁଦେବ ସେନାପତି, ରାକେଶ ସେଠି ସହଯୋଗ କରିଥିଲେ |