
ଭୁବନେଶ୍ୱର, ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ପୁଣ୍ୟ ତିଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ମରଣ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ଚାରୋଟି ବେଦର ପ୍ରକାଣ୍ଡ ଜ୍ଞାତା, ନିର୍ଭିକ ସନ୍ୟାସୀ, ସମାଜ ସୁଧାରକ, ଯୁଗ ପ୍ରବର୍ତକ, ଚିନ୍ତକ ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କ ପୁଣ୍ୟ ତିଥିରେ ତାଙ୍କର ଚରଣରେ କୋଟି କୋଟି ନମନ। ସମାଜରେ ଭାରତୀୟ ସଂସ୍କୃତି, ସ୍ୱଦେଶୀ, ସ୍ୱଭାଷା ପ୍ରତି ନବଜାଗରଣ ପାଇଁ ତାଙ୍କର ପ୍ରୟାସ ପାଇଁ ଦେଶ ସବୁବେଳେ ତାଙ୍କର ଋଣୀ ରହିବ ।